ଫୁଲବାଣୀ: ଆଉ ଦିନକ ପରେ ପବିତ୍ର ରକ୍ଷାବନ୍ଧନ । ଏହି ପର୍ବରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ମନାସିଥାଏ । ଭାଇ ମଧ୍ୟ ନିଜ ଭଉଣୀକୁ ସାରାଜୀବନ ରକ୍ଷା କରିବ ବୋଲି ପ୍ରତିଶୃତି ଦିଏ । ତେବେ ରକ୍ଷୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ଏହା କେବଳ କଥାରେ ନୁହେଁ ବାସ୍ତବରେ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜି.ଉଦୟଗିରି ବ୍ଲକର ଲିଙ୍ଗାଗଡ ଗ୍ରାମରେ ଜଣେ ଭାଇ ନିଜ ଜୀବନକୁ ବାଜି ଲଗାଇ ଭଉଣୀକୁ ମୃତ୍ୟୁ ମୁଖରୁ ବଞ୍ଚାଇଛି ।
ସୂଚନା ଅନୁସାରେ ଭଉଣୀ ମଧୁସ୍ମିତା ପ୍ରଧାନ ରୋଷେଇ କରୁଥିବା ବେଳେ ହଠାତ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଭାଇ କମଳା କାନ୍ତ ପ୍ରଧାନ ନିଆଁ ଲିଭାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି । ପରେ ଗୁରୁତର ଅବସ୍ଥାରେ ଭଉଣୀ ଓ ଭାଇକୁ ପ୍ରଥମେ ଜି.ଉଦୟଗିରି ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ।