ଓଡିଶା

odisha

ETV Bharat / state

କୋରାପୁଟ ମେଡିକାଲ କଲେଜରେ ଅତ୍ୟାଧୁନିକ ବାୟୋକେମିଷ୍ଟ୍ରି ଟେଷ୍ଟ ମେସିନ ଲୋକାର୍ପିତ

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ରୋଗ ନିରୂପଣ କେନ୍ଦ୍ରଠାରେ ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ( Automated Biochemistry Analyser) ଲୋକାର୍ପିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

By

Published : Oct 18, 2022, 1:00 PM IST

ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ ଲୋକାର୍ପିତ
ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ ଲୋକାର୍ପିତ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଲୋକାର୍ପିତ ହୋଇଯାଇଛି ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ (Automated Biochemistry Analyser)। ହସପିଟାଲର ରୋଗ ନିରୂପଣ କେନ୍ଦ୍ରଠାରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଛନ୍ତି ।

ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ ଲୋକାର୍ପିତ

ସୂଚନା ଅନୁଯାୟୀ, ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନ ଯୋଗେ ୧ ଘଣ୍ଟାରେ ୧ ହଜାର ସାମ୍ପୁଲ ପରୀକ୍ଷା କରାଯାଇପାରିବ । ଏଥିସହ ଏହି ମେସିନରେ ଜୀବନ ରକ୍ଷା ଅନୁସନ୍ଧାନ ପରୀକ୍ଷା ମଧ୍ୟ କରାଯାଇପାରିବ ବୋଲି ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହାଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀମାନେ ସୁବିଧା ପାଇପାରିବେ । ଗୁରୁତର ରୋଗୀମାନଙ୍କ ନିମନ୍ତେ ୨୦ ମିନିଟ ମଧ୍ୟରେ ପରୀକ୍ଷା ରିପୋର୍ଟ ପ୍ରଦାନ କରାଯିବ ବୋଲି ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଭା ମିଶ୍ର ପ୍ରକାଶ କରିଛନ୍ତି ।

ଏହି ମେସିନରେ ବ୍ଲଡ ସୁଗାର, ହେମୋଗ୍ଲୋବିନ, ସୋଡିୟମ, ପୋଟାସିୟମ, ୟୁରିକ ଏସିଡ ଭଳି ଅନେକ ପରୀକ୍ଷା କରାଯାଇ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆସୁଥିବା ରୋଗୀମାନେ ଉପକୃତ ହେବେ ।

ତେବେ ଏହାର ଉଦ୍‌ଘାଟନ ସମୟରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡିନ, ହସପିଟାଲ ଅଧିକ୍ଷକ, ବାୟୋକେମିଷ୍ଟ୍ରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନୁଭା ମିଶ୍ର, ହସପିଟାଲ ପ୍ରଶାସିକା ପ୍ରମୁଖ ଆଦି ଉପସ୍ଥିତ ଥିଲେ ।

ଏନେଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପ୍ରଫେସର ଅନୁଭା ମିଶ୍ର କହିଛନ୍ତି, "ସ୍ଵୟଂଚାଳିତ ବାୟୋକେମିଷ୍ଟ୍ରି ବିଶ୍ଳେଷକ ମେସିନର ଉଦ୍‌ଘାଟନ ହୋଇଛି । ଆଗରୁ ବାୟୋକେମିଷ୍ଟ୍ରି ଟେଷ୍ଟ ପାଇଁ ଅଧିକ ସମୟ ଲାଗୁଥିଲା । କିନ୍ତୁ ଏହି ମେସିନ ଦ୍ବାରା ଆମେ ଖୁବ କମ୍ ସମୟରେ ସବୁ ଟେଷ୍ଟ କରିପାରିବୁ । ଜଣେ ରୋଗୀ ନିଜର ବ୍ଲଡ ଦେବାର ୧ଘଣ୍ଟା ଭିତରେ ତାର ରିପୋର୍ଟ ପାଇପାରିବ । ଏଥିସହ ଯଦି କିଏ ଗୁରୁତର ରୋଗୀ ଅଛନ୍ତି ତାହାଲେ ତାଙ୍କର ସମସ୍ତ ଟେଷ୍ଟ ୧୫ ରୁ ୨୦ମିନିଟ ଭିତରେ ପରୀକ୍ଷା କରି ରିପୋର୍ଟ ଦେଇପାରିବୁ । ତାଛଡା ଏହାର ରେଜଲ୍ଟ ବହୁତ ଭଲ ଆସେ । ଏନେଇ ରୋଗୀମାନେ ମଧ୍ୟ ଏହାଦ୍ବାରା ଅଧିକ ଉପକୃତ ହୋଇପାରିବେ ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details