ଓଡିଶା

odisha

ETV Bharat / state

ଘରେ ପଶି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ନିସ୍ତୁକ ମାଡ, ତଦନ୍ତ ଆରମ୍ଭ

ଜିଲ୍ଲାରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ । ଅନେକ ଅଧିକାରୀ ଏଠାରେ ଚାକିରୀ କରିବାକୁ ନିଜକୁ ଅସୁରକ୍ଷିତ ମଣିଲେଣି । ବିନା କାରଣରେ ରାସ୍ତା ମଝିରେ ମାଡ ହେଲାଣି ତ ପୁଣି କୌଣସି ଅଧିକାରୀ ଲୁଟର ଶିକାର ହେଲେଣି। ଯାହାର କୌଣସି ଟେର ପାଉନି ପୋଲିସ।

By

Published : Mar 10, 2019, 5:27 AM IST

ଫଟୋ ସୌଜନ୍ୟ; ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଜିଲ୍ଲାରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ । ଅନେକ ଅଧିକାରୀ ଏଠାରେ ଚାକିରୀ କରିବାକୁ ନିଜକୁ ଅସୁରକ୍ଷିତ ମଣିଲେଣି । ବିନା କାରଣରେ ରାସ୍ତା ମଝିରେ ମାଡ ହେଲାଣି ତ ପୁଣି କୌଣସି ଅଧିକାରୀ ଲୁଟର ଶିକାର ହେଲେଣି। ଯାହାର କୌଣସି ଟେର ପାଉନି ପୋଲିସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ଶନିବାର ଫୁଲବାଣୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ ପାଢୀଙ୍କ ଘରେ 7ରୁ 8ଜଣ ସ୍ଥାନୀୟ ଠିକାଦାର ଓ ଅସାମାଜିକ ବ୍ୟକ୍ତି ପଶି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଭଙ୍ଗାରୁଜା କରିଛନ୍ତି । ଟାଉନ ପୋଲିସରେ ଏତଲା ଦେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ସହକାରୀ ଯନ୍ତ୍ରୀ ପାଢୀଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଫୁଲବାଣୀ ସାହିର ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମେତ ଆଉ କେତେ ଜଣ ଯୁବକ । ପୋଲିସ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details