ଫୁଲବାଣୀ:ଆମରଣ ଅନଶନରେ ଜେଲ କର୍ମଚାରୀ । ଏନେଇ କଏଦୀ ପରିଚାଳନାରେ ପଡିପାରେ ପ୍ରଭାବ । ଦୀର୍ଘ ୧୨ ଦିନ ଧରି କଳାବ୍ୟାଚ୍ ପିନ୍ଧି ପ୍ରତିକାତ୍ମକ ଧାରଣା ପରେ ଶେଷରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଏଥିରେ ଜେଲ ଓ୍ବାର୍ଡରଠାରୁ ଆରମ୍ଭ କରି ହାବିଲଦାର ଓ ଚିଫ ଓ୍ବାର୍ଡର ସାମିଲ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ- ପ୍ରଭାବିତ ହୋଇପାରେ ଜେଲ୍ ପରିଚାଳନା, ଆମରଣ ଅନଶନକୁ ଓହ୍ଲାଇଲେ କର୍ମଚାରୀ
ତେବେ ୫ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜେଲ କର୍ମଚାରୀ । ଓ୍ବାର୍ଡର ଓ ଚିଫ୍ ଓ୍ବାର୍ଡର ମାନଙ୍କର ଗ୍ରେଡ ପେ' ବୃଦ୍ଧି କରାଯାଉ । 2012 କାରାଗାର ପରିଚାଳନା ନିୟମ ଅନୁଯାୟୀ ୱାର୍ଡର କର୍ମଚାରୀଙ୍କ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରିବା, ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ଖାଦ୍ୟ ପାନୀୟ ଭତ୍ତା ୪ଶହ ଟଙ୍କାରୁ ୧୪୦୦ ଶହ ଟଙ୍କାକୁ ବୃଦ୍ଧି କରିବା, ସବ୍ ଡିଭିଜନ କାରାଗାରମାନଙ୍କ ଭିତରେ ଥିବା ବଦଳି ଆଇନକୁ କୋହଳ କରିବା ତଥା ୱାର୍ଡର କର୍ମଚାରୀଙ୍କୁ ମିଳୁଥିବା ମାସିକିଆ ଦରମାକୁ ପରିବର୍ତ୍ତନ କରି ନୂତନ ଭାବେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ଦେବା ଆଦି ୫ ଦାବି ନେଇ ଏହି ଆନ୍ଦୋଳନ କରିଛନ୍ତି ।