ଓଡିଶା

odisha

ETV Bharat / state

ଲଜ୍ୟା! ପୁଣି କନ୍ଧମାଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛି ।

ପ୍ରତୀକାତ୍ମକ ଫଟୋ

By

Published : Jun 6, 2019, 2:16 PM IST


ଫୁଲବାଣୀ: ପୁଣି ଲଜ୍ୟା । କନ୍ଧମାଳ ଜିଲ୍ଲାରେ ଏକ ନାବାଳିକା ଛାତ୍ରୀ ଗର୍ଭବତୀ । ଏଭଳି ଲଜ୍ୟାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଗତ ଆଠ ମାସ ତଳେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ସ୍କୁଲକୁ ଯାଉଥିଲେ । ଏହି ମଉକାର ଫାଇଦା ଉଠାଇ ଡଡଡମାହା ଗାଁର ଜିରିମୟ ପ୍ରଧାନ ନାବାଳିକା ଜଣଙ୍କ ସ୍କୁଲକୁ ଗଲାବେଳେ ନିରୋଳା ଜାଗା ଦେଖି ତାଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଏଥିସହ ଜିରିମୟ ନାବାଳିକା ଜଣଙ୍କୁ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା ।

ଏହାପରେ ଗତ କିଛି ଦିନ ତଳେ ନାବାଳିକା ଅସୁସ୍ଥ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଥାନାରେ ଯୁବକଙ୍କ ନାମରେ ଏତଲା ଦେଇଥିଲେ ।

ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏପଟେ ନାବାଳିକାଙ୍କୁ ମେଡିକାଲ ମାଇନା ପାଇଁ ଫୁଲବାଣୀ ଜିଲ୍ଲା ମେଡିକାଲକୁ ଅଣାଯାଇଛି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details