ଓଡିଶା

odisha

ETV Bharat / state

ସରିଛି ନାମାଙ୍କନ, ଏବେ ଚାଲିଛି ପ୍ରଚାର

ପ୍ରାର୍ଥିପତ୍ର ଦାଖଲ କରିି ସାରିବା ପରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏହିକ୍ରମରେ କନ୍ଧମାଳ ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିବା ଅଚ୍ୟୁଚ ସାମନ୍ତ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ଫାଇଲ ଫଟୋ

By

Published : Mar 28, 2019, 10:55 AM IST

କନ୍ଧମାଳ: ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରଚାର କରିବା ଆରମ୍ଭ ଦେଲେଣୀ ସବୁଦଳ। ଭୋଟରଙ୍କ ମାନଭଞ୍ଜନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଝାଳବୁହା ପରିଶ୍ରମ କରିବାରେ ଲାଗି ପଡିଛନ୍ତି। ଆସନ୍ତା ନିର୍ବାଚନରେ ନିଜ ଦଳର ଆଭିମୁଖ୍ୟ ଏବଂ ଇସ୍ତାହାର ସମ୍ପର୍କରେ ଭୋଟରଙ୍କୁ ଅବଗତ କରିବାରେ ଲାଗିପଡିଛନ୍ତି ଦଳୀୟ ନେତା । ସେହିପରି ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନରାତି ଏକାଠି କରି ଦେଇଛନ୍ତି ଦଳୀୟ ସମର୍ଥକ।

ଏହିକ୍ରମରେ କନ୍ଧମାଳ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତ ଫୁଲବାଣୀ ମୁନିସିପାଲିଟି ଅଞ୍ଚଳରେ ବୁଲିବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଫୁଲବାଣୀ ସାହିର ହରିଜନ ସାହି, ଢିପା ସାହି ପ୍ରଭୃତିରେ ସେ ନିର୍ବାଚନୀ ପ୍ରଚାର କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ପାଇଁ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ପରେ ଫୁଲବାଣୀ ସାହି ବରାଳଦେବୀ ପୀଠରେ ପୂଜାର୍ଚ୍ଚନା କରିଥିଲେ ସେ । ପ୍ରଚାରରେ ବିଜେଡି ଜିଲା ସଭାପତି ସରୋଜ କର୍ଣ୍ଣ, ସୁଗ୍ରୀବ ସିଂହଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ। ଗୁରୁବାର ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିବ ବିଜେଡି। ସେହିପରି କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ବୁଧବାର ଫୁଲବାଣୀରେ ନିଜ ଦଳର ନେତା ଏବଂ କର୍ମୀଙ୍କୁ ଭେଟି ପ୍ରଚାର ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା 30 ତାରିଖ ଠାରୁ ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ଫୁଲବାଣୀ,ବାଲିଗୁଡା,ଘୁ.ଉଦୟଗିରି, ବୌଦ୍ଧ,କଣ୍ଟାମାଳ,ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ଆସନ ଅଧିନସ୍ଥ ବିଭିନ୍ନ ଅଞ୍ଚଳ ପ୍ରଚାର କରାଯିବ।

କନ୍ଧମାଳରୁ ସଦାଶିବ ପାତ୍ର, ଈଟିଭି ଭାରତ

ABOUT THE AUTHOR

...view details