କନ୍ଧମାଳ: ଫେରିଯାଇଛି ବାତ୍ୟା ଫନି । ରାଜ୍ୟର ଅନେକ ସ୍ଥାନରେ ଫନି କେଇ ଘଣ୍ଟା ମଧ୍ୟରେ ଖଣ୍ଡ ପ୍ରଳୟ ରଚିଥିବା ବେଳେ ଜିଲ୍ଲାରେ ସେଭଳି ପ୍ରଭାବ ପଡିନାହିଁ । ଫନି ପ୍ରଭାବରେ ବର୍ଷା ହୋଇଥିଲା । ତେବେ କିଛି ଦିନ ପାଇଁ ଗ୍ରୀଷ୍ମପ୍ରବାହ ଉଭେଇ ଯିବା ପରେ ପୁଣି ପୂର୍ବ ଭଳି ଫେରିଛି ତାତି । ଏହି ଅସହ୍ୟ ତାତିରେ ଭାଜି ହେଉଛନ୍ତି ଜିଲ୍ଲାବାସୀ । କନ୍ଧମାଳ ଜିଲାରେ ହାରାହାରି ତାପମାତ୍ରା ଗତ ଦୁଇ ଦିନ ମଧ୍ୟରେ 8 ଡିଗ୍ରୀ ବୃଦ୍ଧି ପାଇଛି ।
ଆଜି ଫୁଲବାଣୀର ତାପମାତ୍ରା 40 ଡିଗ୍ରୀ ଛୁଇଁଛି ଏବଂ 40.5 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।