ଓଡିଶା

odisha

ETV Bharat / state

ପ୍ରଶାସନର କୋରୋନା ଚିହ୍ନଟ ଅପିଲ - kandhamal

ପ୍ରଶାସନର କୋରୋନା ଚିହ୍ନଟ ଅପିଲ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ..

Administrative Corona Identification Appeal
ପ୍ରଶାସନର କୋରୋନା ଚିହ୍ନଟ ଅପିଲ

By

Published : May 18, 2020, 7:58 PM IST

ଫୁଲବାଣୀ: କନ୍ଧମାଳ ଜିଲାରେ କୋରୋନା ରୋଗୀ ଚିହ୍ନଟ ହେବା ପରେ ଆବଶ୍ୟକୀୟ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅସ୍ଥାୟୀ ମେଡିକାଲ କେନ୍ଦ୍ରରୁ ଦୁଇ ରୋଗୀ ଚିହ୍ନଟ ହେବା ପରେ ଭୟଭୀତ ନ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ଜିଲାପାଳ ଡ.ବୃନ୍ଦା ଡି । ପ୍ରେସ ଇସ୍ତାହାର ମାଧ୍ୟମରେ ସେ ନିବେଦନ କରିଛନ୍ତି।

ପ୍ରଶାସନର କୋରୋନା ଚିହ୍ନଟ ଅପିଲ

ଜିଲା ପ୍ରଶାସନ କରିଥିବା ଅପିଲରେ ବିଚଳିତ ନ ହେବାକୁ କୁହାଯାଇଛି । ସମସ୍ତ ନିର୍ଦ୍ଦେଶ ଓ ନିୟମ ପାଳନ ହେଉଛି। ସଙ୍ଗରୋଧରେ ଟିଏମସିରେ ଥିବାରୁ ଚିହ୍ନଟ ରୋଗୀ ଓ ଅନ୍ୟ ମାନଙ୍କ ଯତ୍ନ ନିଆଯାଉଛି । ରୋଗାକ୍ରାନ୍ତ, ବୃଦ୍ଧବୃଦ୍ଧା, ଶିଶୁ, ଗର୍ଭବତୀ ମହିଳା ବାହାରକୁ ନ ବାହାରିବାକୁ କହିଛନ୍ତି ଜିଲା ପ୍ରଶାସନ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ତେବେ ଲୋକଙ୍କ ମନରେ ଭୟ ରହିଛି ପ୍ରବାସୀ ଓଡିଆଙ୍କୁ ନେଇ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details