ଫୁଲବାଣୀ: ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନେ ଯେପରି ମତଦାନରୁ ବଞ୍ଚିତ ନ ରୁହନ୍ତି, ସେଥି ପାଇଁ ନିର୍ବାଚନ ଆୟୋଗ ନୂଆ ପଦକ୍ଷେପ ନେଇଛନ୍ତି। ତେଣୁ ଜିଲ୍ଲାରେ ପୋଷ୍ଟାଲ୍ ବାଲଟ୍ ସାହାଯ୍ୟରେ ସେମାନେ 2ଦିନ ଧରି ଭୋଟ ଦାନ କରୁଛନ୍ତି । ଏଥିପାଇଁ ଫୁଲବାଣୀ ସରକାରୀ ପଲିଟେକନିକ କଲେଜ ଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡା ଜିଲ୍ଲାର ଅନ୍ୟ 8ଟି କେନ୍ଦ୍ରରେ କର୍ମଚାରୀମାନେ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।
କନ୍ଧମାଳ ଲୋକସଭା କ୍ଷେତ୍ରରେ ମୋଟ 1563ଟି ବୁଥରେ ନିୟୋଜିତ 10941 ଜଣ ପୁଲିଙ୍ଗ କର୍ମଚାରୀ ଅଧିକାଂଶ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ମତଦାନ କରିଛନ୍ତି। ସେହିପରି 3ଟି ବିଧାନସଭା ପାଇଁ 659ଟି ବୁଥରେ 4613 କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା 1612 ଜଣ ମତଦାନ ସାବ୍ୟସ୍ତ କରିଛନ୍ତି ।