ଓଡିଶା

odisha

ETV Bharat / state

ଟିମ୍ ଇଣ୍ଡିଆର ପରାଜୟ ସହ୍ୟ ନକରି ପାରି ଆତ୍ମହତ୍ୟା ଉଦ୍ୟମ

ସହି ପାରିଲେନି ଟିମ୍ ଇଣ୍ଡିଆର ପରାଜୟ । ବିଷ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ସିଂଭାଡି ଅଞ୍ଚଳରେ ।

By

Published : Jul 11, 2019, 7:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲାରେ ଅଭାବନୀୟ ଘଟଣା । ସହି ପାରିଲେନି ଟିମ୍ ଇଣ୍ଡିଆର ପରାଜୟ । ବିଷ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ସିଂଭାଡି ଅଞ୍ଚଳରେ । ଗତକାଲି(ବୁଧବାର) ବିଶ୍ବକପ ସେମି ଫାଇନାଲରେ ଭାରତୀୟ ଟିମ୍‌ ହାରିବା ପରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ତେବେ ଯୁବକ ଜଣକ ହେଲେ ସିଂଭାଡି ଗାଁ ର ସୋମବାରୁ ଭୋଇ । ଗତକାଲି ଗାଁ ର କିଛି ସାଙ୍ଗଙ୍କ ସହ ମିଶି ସେ କ୍ରିକେଟ ମ୍ୟାଚ ଦେଖୁଥିଲେ ପରେ ଭାରତୀୟ ଦଳ ମ୍ୟାଚ ହାରିଯିବା ପରେ ସେ ସୋମବାରୁ ବିଷ ପିଇ ଦେଇଥିଲେ ।

ତାଙ୍କୁ ବିଷ ପିଇ ଜମିରେ ପଡିଥିବାର ଦେଖି ପରିବାର ଲୋକେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।


କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details