ଓଡିଶା

odisha

ETV Bharat / state

ପାଣି ପାଇଁ ତାତିଲେ ମହିଳା: ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି ଜିଲ୍ଲାରେ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମଖୀନ ହେଉଛନ୍ତି । ତେଣୁ ସେମାନେ କୋକସରା ତହସିଲଦାର କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରି ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ

By

Published : Jun 13, 2022, 5:15 PM IST

womans blocked the road for water
ପାଣି ପାଇଁ ତାତିଲେ ମହିଳା; ଜାତୀୟ ରାଜପଥ ଅବରୋଧ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରାରେ ଆଜିକୁ ୧୫ ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି, ଫଳରେ ଅସହ୍ୟ ଖରାରେ ପାଣି ନ ଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ସରପଞ୍ଚ ସମେତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ଆଜି ଶତାଧିକ ମହିଳା ସମେତ ଗ୍ରାମବାସୀ ବରଗଡ଼ର କୋକସରା ତହସିଲଦାର କାର୍ଯ୍ୟାଳୟ ନିକଟରେ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି ।

ପାଣି ପାଇଁ ତାତିଲେ ମହିଳା; ଜାତୀୟ ରାଜପଥ ଅବରୋଧ

ଘଟଣାସ୍ଥଳରେ ସରପଞ୍ଚ ଜିପିଓ ସମେତ କୋକସରା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଜାତୀୟ ରାଜପଥ ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଯାନବାହନ ଅଟକି ରହିଥିବାର ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details