ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଶିଶୁ କନ୍ୟାଟିର ଶାରୀରିକ ଗଠନ ଅସାଧାରଣ ରହିଛି । ଶିଶୁ କନ୍ୟାଟିର କାନ୍ଧ ପାଖରେ ଏକ ତୃତୀୟ ହାତ ସଦୃଶ ଥିବାବେଳେ ମୁଣ୍ଡର ଗଠନ ଅସ୍ଵାଭାବିକ ରହିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଘରୁ ପହଞ୍ଚିବା ପରେ ନବଜାତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନର୍ଲା ବ୍ଲକ ଅନ୍ତର୍ଗତ ଡଙ୍ଗରତଲ ପଡା ଗାଁର ମହେନ୍ଦ୍ର ବେମାଲଙ୍କ ପତ୍ନୀ ରମ୍ଭା ବେମାଲଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଗତକାଲି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତ ପ୍ରକାର ଚିକିତ୍ସା ପରେ ଆଜି ରମ୍ଭା ବେମାଲ ଏକ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିଲେ । ହେଲେ ଶିଶୁ କନ୍ୟାଟିକୁ ଦେଖି ଡାକ୍ତରଙ୍କ ସମେତ ଉପସ୍ଥିତ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଜନ୍ମଦାତ୍ରୀ ମା' ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ନବଜାତ ଶିଶୁ କନ୍ୟାର ଶାରୀରିକ ଗଠନ ଅସାଧାରଣ ରହିଥିଲା ।