ଓଡିଶା

odisha

ETV Bharat / state

ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ପଶ୍ଚିମବଙ୍ଗ ସିଲିଗୁଡିର ଶ୍ୟାମା ବିଶ୍ବାସ ଏକ ମହତ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ
ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

By

Published : May 22, 2022, 10:43 PM IST

ଭବାନୀପାଟଣା: ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ । ଖରା, ବର୍ଷା ଆଉ ଶୀତକୁ ଭୃକ୍ଷେପ ନକରି ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଘରୁ ଗୋଡ଼ କାଢି ଜଣେ ଯୁବକ ପ୍ରକୃତି ଏବଂ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲ ଯୋଗେ ସାରା ଭାରତ ଭ୍ରମଣରେ ବାହାରିଛନ୍ତି । ଆଉ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି । ଏ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗ ସିଲିଗୁଡିର ଶ୍ୟାମା ବିଶ୍ବାସ ।

ପ୍ରକୃତି ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ଶ୍ୟାମା ୧ ମାର୍ଚ୍ଚ ୨୦୨୧ରେ ସିଲିଗୁଡିରୁ ବାହାରି ଦୀର୍ଘ ୧ ବର୍ଷ ୨ ମାସ ୨୧ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛନ୍ତି । ଯୁବକ ଶ୍ୟାମା ବିଶ୍ବାସ ବର୍ତ୍ତମାନ ସୁଦ୍ଧା ୨୦ଟି ରାଜ୍ୟକୁ ସାଇକେଲ ଯୋଗେ ଭ୍ରମଣ କରିସାରିଥିବାବେଳେ ଏବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପହଞ୍ଚି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଆଉ ଲୋକ ମଧ୍ୟ ତାଙ୍କୁ ସ୍ବାଗତ କରିବା ସହ ସମର୍ଥନ କରୁଛନ୍ତି । ସେ ସମଗ୍ର ଭାରତ ଭ୍ରମଣ କରି ପରିବେଶର ସୁରକ୍ଷା, ବୃକ୍ଷରୋପଣ ଓ ଜଳ ସଞ୍ଚୟର ବାର୍ତ୍ତା ନେଇ ଗ୍ଲୋବାଲ୍ ୱାର୍ମିଂ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଲୋକଙ୍କୁ ସଚେତନତା କରିବାର ଲକ୍ଷ୍ୟ ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details