ଓଡିଶା

odisha

ETV Bharat / state

ନିର୍ଦ୍ଦୋଷଙ୍କ ଗିରଫଦାରି ଅଭିଯୋଗରେ ଥାନାରେ ତାଲା ପକାଇଲେ ଗ୍ରାମବାସୀ

ଅଭିଯୁକ୍ତ ବଦଳରେ ନିର୍ଦ୍ଦୋଷଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଅଭିଯୋଗରେ ଆମପାଣି ଥାନା ଗେଟରେ ତାଲା ପକାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ

By

Published : May 13, 2022, 3:01 PM IST

ନିର୍ଦ୍ଦୋଷଙ୍କ ଗିରଫଦାରି ଅଭିଯୋଗରେ ଥାନାରେ ତାଲା ପକାଇଲେ ଗ୍ରାମବାସୀ
ନିର୍ଦ୍ଦୋଷଙ୍କ ଗିରଫଦାରି ଅଭିଯୋଗରେ ଥାନାରେ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା: ଅଭିଯୁକ୍ତ ବଦଳରେ ନିର୍ଦ୍ଦୋଷଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଅଭିଯୋଗରେ ଆମପାଣି ଥାନା ଗେଟରେ ତାଲା ପକାଇ ଧାରଣାରେ ବସିଲେ ପରିବାର ଓ ଗ୍ରାମବାସୀ । ଗତ ୩ ତାରିଖରେ କେନ୍ଦୁଡ଼ଙ୍ଗରୀ ଗାଁର ଦ୍ବାରିକା ଦାସ ଘରୁ କୌଣସି କାମରେ ବାହାରି ଆଉ ଫେରି ନଥିଲେ । ପରେ ସେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କଲା ପରେ ମଧ୍ୟ ଦ୍ଵାରିକାଙ୍କୁ ପାଇନଥିଲେ । ଏହାପର ଦିନ ଅର୍ଥାତ ୪ ତାରିଖରେ ସକାଳେ ଦ୍ଵାରିକାଙ୍କ ଝୁଲନ୍ତା ମୃତଦେହ ଗାଁ ଶେଷ ମୁଣ୍ଡରେ ଥିବା ଚାଷ ଜମିରୁ ଉଦ୍ଧାର କରିଥିଲା ପୋଲିସ ।

ନିର୍ଦ୍ଦୋଷଙ୍କ ଗିରଫଦାରି ଅଭିଯୋଗରେ ଥାନାରେ ତାଲା ପକାଇଲେ ଗ୍ରାମବାସୀ

ପରିବାର ପକ୍ଷରୁ ହତ୍ୟା ଅଭିଯୋଗରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଆମପାଣି ପୋଲିସ । ପ୍ରଥମ ପର୍ଯ୍ୟାୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇ ଥିବାବେଳେ ଆଜି ଘଟଣାର ତଦନ୍ତ ଅନୁଯାୟୀ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ବିକାଶ ଦାସ, ପ୍ରଦୀପ ଦାସ, ଜତୀନ ଦାସ ଓ ମହେନ୍ଦ୍ର ନାଏକ । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ପୋଲିସର ତଦନ୍ତକୁ ନେଇ ଗ୍ରାମବାସୀ ଆମପାଣି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦାସଙ୍କୁ ପୋଲିସ ଗିରଫ କରିବା ସହ ଅନ୍ୟ ୩ ଜଣ ନିର୍ଦ୍ଦୋଷ ଯୁବକଙ୍କୁ ଉଠାଇ ନେଇ କୋର୍ଟଚାଲାଣ କରିଛି । ଏହାର ନିରପେକ୍ଷ ତଦନ୍ତ ଦାବି କରି ଗ୍ରାମବାସୀ ଆମପାଣି ଥାନା ସମ୍ମୁଖରେ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details