ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ କେ ଗାଁ ଫରେଷ୍ଟ ରେଞ୍ଜ ଅଫିସର, ୪ଟି ସ୍ଥାନରେ ଚାଲିଛି ଚଢାଉ

ଭିଜିଲାନ୍ସ ଜାଲରେ କେ ଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର, ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ । ଅଧିକ ପଢନ୍ତୁ

କେ ଗାଁ ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍
କେ ଗାଁ ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍

By

Published : Dec 21, 2022, 9:40 AM IST

Updated : Dec 21, 2022, 2:06 PM IST

ଭିଜିଲାନ୍ସ ଜାଲରେ କେ ଗାଁ ଫରେଷ୍ଟ ରେଞ୍ଜ ଅଫିସର

ଭବାନୀପାଟଣା:ଭିଜିଲାନ୍ସ ଜାଲରେ କେ ଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କେ.ଗାଁ ଉତ୍ତର ବନଖଣ୍ଡ ଅନ୍ତର୍ଗତ କେ. ଗାଁ ରେଞ୍ଜ ଅଫିସର କେଶବ ମାଝୀଙ୍କ(Keshab Majhi) ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି । କଳାହାଣ୍ଡି ଜିଲ୍ଲାରେ ଥିବା ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି(Vigilance Raids on Ke Gaon Forest Range Officer)। ଭିଜିଲାନ୍ସ ବିଭାଗର ୫ଟି ଟିମ୍ ତାଙ୍କର କେ. ଗାଁ ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, କେସିଙ୍ଗା ଠାରେ ଥିବା ୩ ମହଲା କୋଠା ଓ କେସିଙ୍ଗା ଥାନା ବ୍ରାହ୍ମଣୀ ଗୁଡା ଗାଁରେ ଥିବା ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରିଛନ୍ତି ।

ରେଞ୍ଜ ଅଫିସର କେଶବ ମାଝୀ ଆୟର ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ହାତରେ ଏହାର ତଥ୍ୟ ଲାଗିବା ପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ବର୍ତ୍ତମାନ ସୁଦ୍ଧା କେଶବ ମାଝୀଙ୍କ କେସିଙ୍ଗା ଠାରେ ଥିବା ୩ ମହଲା କୋଠା ଓ ବିଭିନ୍ନ ଦାମୀ କାର ଜବତ କରାଯାଇଥିବା ବେଳେ ଚଢ଼ାଉ ପରେ କେତେ ଟଙ୍କାର ସମ୍ପତ୍ତି ତାଙ୍କ ନାଁରେ ରହିଛି ଜଣାପଡିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ୫ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: IDCOL ଡିଏମଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି, ଯେତେ ଖୋଳିଲେ ସେତେ ବାହାରୁଛି

ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି IDCOL ଡିଏମ ଗୟା ସାଆନ୍ତରା(DM Gaya Santara In Vigilance Net) । ତାଙ୍କର ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ । ଭିଜିଲାନ୍ସ ଇତିହାସରେ ଚତୁର୍ଥ ସବୁଠୁ ବିପୁଳ ପରିମାଣର ନଗଦ ଟଙ୍କା ଟ୍ୟାକ୍ସ ସିଜ ହୋଇଛି । ଗତକାଲି(ମଙ୍ଗଳବାର) ଏକକାଳୀନ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବର୍ତ୍ତମାନ ସୁଦ୍ଧା ଆକଳନ ଶେଷ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ଧାନକିଣା ଦୁର୍ନୀତି, ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ଗୟା ସାଆନ୍ତରାଙ୍କ (DM Gaya Santara) ବାସଗୃହ ସମେତ 7ଟି ସ୍ଥାନରେ ଚଢ଼ାଉ କରାଯାଇଥିବାବେଳେ ତାଙ୍କର ଅମାପ ସମ୍ପତ୍ତି ଥିବା ସୁରାକ ପାଇଛି ଭିଜିଲାନ୍ସ । ତାଙ୍କ ନିକଟରୁ ୧ କୋଟି ୬ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏଥିସହ ୧ କେଜି ୮୩ଗ୍ରାମ ସୁନା, ୬କେଜି ୭୫୦ଗ୍ରାମ ରୁପା ସମେତ ୪କୋଟି ୧୯ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ ମିଳିଛି । ୨ଟି କାର ସମେତ ୪ଟି ଦୁଇ ଚକିଆ ଗାଡ଼ି, ୧୩ଟି ପ୍ଲଟ ସହ ବିଭିନ୍ନ ସ୍ଥାନରେ ଘର ମଧ୍ୟ ଠାବ ହୋଇଛି । ଏହା ହେଉଛି ଭିଜିଲାନ୍ସ ଇତିହାସରେ ଚତୁର୍ଥ ସବୁଠୁ ବିପୁଳ ପରିମାଣର ନଗଦ ଟଙ୍କା ଟ୍ୟାକ୍ସ ସିଜ ଘଟଣା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 21, 2022, 2:06 PM IST

For All Latest Updates

ABOUT THE AUTHOR

...view details