କଳାହାଣ୍ଡି:ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କର ଦରମା ଜାଲିଆତି ଘଟଣା । ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଟାଣ୍ଟ ସୁଚିସ୍ମିତା ସୁଆର ଫେରାର ମାରିବା ନେଇ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶିକ୍ଷା ବିଭାଗ ।
ତେବେ ଘଟଣାକୁ ନେଇ ନିଜ ପଟୁ ମାମଲା ରୁଜୁ କରିଥିଲା ଜିଲ୍ଲା ଭିଜିଲାନ୍ସ ବିଭାଗ । ଏନେଇ ଆଜି ସକାଳୁ ପ୍ରଥମେ ଆକାଉଟାଣ୍ଟ ସୁଚିସ୍ମିତା ସୁଆରଙ୍କ ଘରକୁ ସିଲ କରିବା ସହ ଗତକାଲି ଅନେକ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ଟିମ୍ ।