ଭବାନୀପାଟଣା:କେନାଲରେ ବୁଡି ପ୍ରାଣ ହାରଇଲେ ଦୁଇ ଭଉଣୀ । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗାଁରେ । ବୁଧବାର ସକାଳେ ଦୁହେଁ ଗାଁ ନିକଟ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।
ପରେ ଗାଁ ଲୋକେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳେରେ ପୋଲିସ ପହଞ୍ଚି ପାଣିରେ ବୁଡି ଯାଇଥିବା ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲା । ମୃତକ ଦୁଇ ଭଉଣୀ ହେଲେ ଯାଜ୍ଞସେନୀ ପୁଝାରୀ ଓ ପ୍ରିୟଙ୍କ ପୁଝାରୀ ।