ଓଡିଶା

odisha

By

Published : Jan 8, 2023, 12:23 PM IST

Updated : Jan 8, 2023, 12:47 PM IST

ETV Bharat / state

ଛତିଶଗଡରେ କଳାହାଣ୍ଡି ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ପୃଥକ ପୃଥକ ଅଘଟଣରେ ୨ଜଣଙ୍କର ମୃତ୍ୟୁ । ଛତିଶଗଡ ଯାଇଥିବା ବେଳେ କଳାହାଣ୍ଡିର ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ । କାମ ସାରି ଘରକୁ ଫେରୁଥିବା ବେଳେ ଗାଡିରୁ ଖସିପଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

two man died in kalahandi
two man died in kalahandi

two man died in kalahandi

ଭବାନୀପାଟଣା:ଛତିଶଗଡରେ କଳାହାଣ୍ଡିର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ଛତିଶଗଡର ଦେଭୋଗ ଥାନା ଗୋଏରାପଦର ଗାଁ ନିକଟସ୍ଥ ଏକ ପାଳଗଦାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ଦେଭୋଗ ଥାନା । ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଝୁଲେନବର ଗାଁର ବୀରଚରଣ ମାଝୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଝୁଲେନବର ଗାଁର ଦକ୍ଷିଣ ମାଝୀ ଓ ଟୁନା ମାଝୀ ବାଇକ ଯୋଗେ ବୀରଚରଣ ମାଝୀଙ୍କୁ ସାଙ୍ଗରେ ନେଇ ଗୋଏରାପଦର ଗାଁକୁ ଯାଇଥିଲେ । ହେଲେ ସେଠାରେ ବିରଚରଣ କୌଣସି କାମରେ ଗୋଏରାପଦର ଗାଁ ନିକଟରେ ଥିବା ଅଠରନାଳାକୁ ଯାଇ ଆଉ ଫେରି ନଥିଲେ। ସାଙ୍ଗରେ ଯାଇଥିବା ଦୁଇଜଣ ବନ୍ଧୁ ତାଙ୍କୁ ଅନେକ ଖୋଜାଖୋଜି ପରେ ନ ପାଇବାରୁ ଶେଷରେ ନିରାଶ ହୋଇ ଗାଁକୁ ଫେରି ଆସିଥିଲେ । ଏହାପରେ ବୀରଚରଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲ । ଗତକାଲି ଆଜି ଦୁଇ ବନ୍ଧୁ ଓ ମୃତକଙ୍କ ପରିବାର ଲୋକେ ଅଠରନଳା ଗାଁକୁ ଯାଇ ବୀରଚରଣ ମାଝୀଙ୍କୁ ଖୋଜାଖୋଜି କରିଥିଲେ ।

ଏହି ସମୟରେ ଏକ ପାଳ ଗଦାରେ ବୀରଚରଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସେପଟେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ବୀରଚରଣଙ୍କ ଦୁଇ ବନ୍ଧୁ ଦକ୍ଷିଣ ମାଝୀ ଓ ଟୁନା ମାଝୀକୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି । ତେବେ ଏହା ଏକ ହତ୍ୟାକାଣ୍ଡ ନା ନାହିଁ ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ।

ସେହିପରି କଳାହାଣ୍ଡିରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଜୁନାଗଡ଼ ଥାନା ଅନ୍ତର୍ଗତ ପୁରୁଣା ସାଗର ଗାଁର ବିନୋଦ ହାତୀ । ସେ ଜୁନାଗଡ଼ ମୋପେଡରେ କାମ ସାରି ଗାଡି ଯୋଗେ ଘରକୁ ଫେରୁଥିବା ସମୟରେ ବଣିଜରା ନିକଟରେ ପୋଲରେ ପଡି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 8, 2023, 12:47 PM IST

ABOUT THE AUTHOR

...view details