ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଦୁଇଟି କୋର୍ଟର ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି - ଜେଏମଏଫସି କୋର୍ଟ

କେସିଙ୍ଗା ଏବଂ ମଦନପୁର ଠାରେ ଜେଏମଏଫସି କୋର୍ଟର ନୂତନ କୋଠାର ଶୁଭ ଉଦଘାଟନ କଲେ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ ମୁରଲୀଧର । ଅଧିକ ପଢ଼ନ୍ତୁ

ଦୁଇଟି କୋର୍ଟର ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ଦୁଇଟି କୋର୍ଟର ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

By

Published : May 1, 2023, 10:57 AM IST

କଳାହାଣ୍ଡିରେ ଦୁଇଟି କୋର୍ଟର ଉଦଘାଟନ

ଭବାନୀପାଟଣା: କେସିଙ୍ଗା ଓ ମଦନପୁର ଉଦଘାଟିତ ହୋଇଯାଇଛି ଜେଏମଏଫସି କୋର୍ଟର ନୂତନ କୋଠା । ରବିବାର କଳାହାଣ୍ଡି ଗସ୍ତରେ ଆସି ଏହାକୁ ଉଦଘାଟନ କରିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୂରଲୀଧର । ଏହି ନୂତନ କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଜଷ୍ଟିସ ଏସ ମୂରଲୀଧର । ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ଜଜ୍ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ, କେସିଙ୍ଗା ଓକିଲ ସଂଘ ସଭାପତି ପ୍ରକାଶ କୁମାର ଦାସ ଏବଂ ସମ୍ପାଦକ ଆଲୋକ ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି,‘‘କେସିଙ୍ଗା ନୂତନ ଜେଏମଏଫସି କୋର୍ଟ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଅବହେଳା କରିବ ନାହିଁ । ଲୋକଙ୍କ ନ୍ୟାୟପାଳିକା ଉପରେ ବିଶ୍ୱାସକୁ ଅତୁଟ ରଖିବାରେ ଆଇନଜୀବୀ ଏବଂ ବିଚାରବିଭାଗୀୟ ଅଧିକାରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ନୂତନ କୋଠାରେ ମଧ୍ୟ ସମସ୍ତ ସୁବ୍ୟବସ୍ଥା କରାଯାଇଛି ।’’

ହାଇକୋର୍ଟ ବିଚାରପତି ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ କହିଛନ୍ତି,‘‘ ସାଧାରଣ ଲୋକଙ୍କ ସେବାରେ ଏହି କୋର୍ଟ ଉଦ୍ଦିଷ୍ଟ ଏବଂ ତଳରୁ ତଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କୁ ନ୍ୟାୟ ଦେବ । ସମସ୍ତ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ପାଇଁ ସେ ଯୁବ ଆଇନଜୀବୀ ମାନଙ୍କୁ ଆହ୍ବାନ କରିଛନ୍ତି । ଏହାସହ ଏହି ନୂତନ କୋଠରୀରୁ ଅନ୍ ଲାଇନ୍ ମାଧ୍ୟମରେ ହାଇକୋର୍ଟ କେସକୁ ଲଢି ହେବ । ଏହି ନୂତନ କୋଠାରେ ସି ସି ଟିଭି, ଶିଶୁ ଯତ୍ନ , ସ୍ତନ୍ୟପାନ ଗୃହ, ପାର୍କିଂ ସ୍ଥଳ, ଦିବ୍ୟାଙ୍ଗ ପାଇଁ ରାମ୍ପ, ସାକ୍ଷୀ ଗୃହ, ଆଭାସି ଗୃହ, ଇ ସେବା କେନ୍ଦ୍ର, ଇ ଫାଇଲିଂ, କ୍ୟାଣ୍ଟିନ, ମଡେଲ କୋର୍ଟର ସୁବ୍ୟବସ୍ଥା କରାଯାଇଛି ।’’

ଏହି ଅବସରରେ ସ୍ଵଗର୍ତ ଗୋପାଳ କୃଷ୍ଣ ପଟ୍ଟନାୟକ, ପ୍ରମୋଦ ରଥ, ମଳୟ ଭୋଇଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ହାଇକୋର୍ଟ ଜଜ୍ ତଥା ଅଧ୍ୟକ୍ଷ, କୋଠାବାଡ଼ି କମିଟି ହାଇକୋର୍ଟ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ, ହାଇକୋର୍ଟ ରେଜିଷ୍ଟାର ଜେନେରାଲ ପ୍ରତାପ କୁମାର ପାତ୍ର, ହାଇକୋର୍ଟ ରେଜିଷ୍ଟାର ଭିଜିଲାନ୍ସ ଅଖିଳ କୁମାର ପଶ୍ଚିମକବାଟ ,ଜିଲ୍ଲା ଓ ଦୌରା ଜଜ୍ କଳାହାଣ୍ଡି ଦୀପ୍ତି ରଞ୍ଜନ କାନୁନଗୋ, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଆରକ୍ଷି ଅଧୀକ୍ଷକ ଅଭିଳାଷ ଜି, ଅଧ୍ୟକ୍ଷ, ଓକିଲ ସଂଘ ମଦନପୁର ରାମପୁର ଜୟ ନାରାୟଣ ସିଂହଦେଓ, ସମ୍ପାଦକ, ଓକିଲ ସଂଘ, ଯତୀନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details