ଭବାନୀପାଟଣା: ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ମୃତକ ଡିସମ୍ବର ପୁଞ୍ଜି ବୋଲି ଜଣାପଡିଛି ।
ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ପରିବାର
ଟ୍ରାକ୍ଟରରେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ପରିବାର । କଳାହାଣ୍ଡି ଜିଲ୍ଲାର ଏ ଘଟଣା । ଅଧିକ ପଢନ୍ତୁ...
ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ପରିବାର
ସୂଚନା ଅନୁସାରେ ସେ ଟେମରା ଗାଁରେ ରାସ୍ତା କାମରେ ନିଯୋଜିତ ଥିବାବେଳେ ହାଇଡ୍ରୋଲିକ ଡାଲାରେ ଚାପି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାରଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ