ଓଡିଶା

odisha

କଳାହାଣ୍ଡିରେ ଆଉ ୯ କୋରୋନା ପଜିଟିଭ

By

Published : Nov 30, 2020, 10:07 PM IST

ସୋମବାର ଜିଲ୍ଲାରେ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଉ 9 କରୋନା ପଜିଟିଭ
କଳାହାଣ୍ଡିରେ ଆଉ 9 କରୋନା ପଜିଟିଭ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି। ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ।

କଳାହାଣ୍ଡିରେ ଆଉ 9 କରୋନା ପଜିଟିଭ
ସୋମବାର ଜିଲ୍ଲାରେ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ଶେଷ ସୂଚନା ଅନୁଯାୟୀ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଉର୍ଦ୍ଧ୍ବରେ ପହଞ୍ଚିଛି ଏବଂ ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୨ ହଜାର ୯୭୩ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details