ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ, ରାସ୍ତା ତିଆରି କଲେ ଗ୍ରାମବାସୀ - ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର

ସମସ୍ୟା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ l ପ୍ରଶାସନ ନଶୁଣିବାରୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

By

Published : Oct 23, 2019, 3:22 PM IST

କଳାହାଣ୍ଡି: ସମସ୍ୟା ଘେରରେ କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ l ଏ ଯାଏଁ ହୋଇପାରିନାହିଁ ପକ୍କା ସଡକ କି ରାସ୍ତା । ଶେଷରେ ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ଗାଁ ଲୋକେ l ଗ୍ରାମାଞ୍ଚଳରେ ଗମନାଗମନର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ସେସବୁ ବାଟବଣା ।

କଣ୍ଡରେଇ ଗାଁରେ ୪ଟି ୱାର୍ଡରେ ପ୍ରାୟ ହଜାରେ ଲୋକେ ବସବାସ କରୁଛନ୍ତି ।ତେବେ ରାସ୍ତା ଟି କଣ୍ଡରେଇ ଗୌନ୍ତିଆ ପଡା ପ୍ରଧାନ ମନ୍ତ୍ରୀ ସଡକରୁ ରେଗଡା (ରଜାପଡା) ବଜାର ଓ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଛି। ହେଲେ ଗତ ବନ୍ୟା ଯୋଗୁଁ ରାସ୍ତାଟିର କେତେକାଂଶ ଜାଗାରେ ବଡବଡ ଘାଇ ସୃଷ୍ଟି ହେବା ସହ ଏହାର ଅବସ୍ଥା ଶୋଚନୀୟ ହୋଇ ପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ଆଦର୍ଶ ବିଦ୍ୟାଳୟ ଓ ବଜାରକୁ ଯିବାକୁ ହେଲେ ୪ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା ଓ ନାଳ ଦେଇ ଯିବାକୁ ପଡିଥାଏ । ଯାହା ଫଳରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ଜଣାପଡିଛି l ଏନେଇ ପ୍ରଶାସନକୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଶେଷରେ ନିଜେ ଗ୍ରାମବାସୀ ରାସ୍ତା ନିର୍ମାଣ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details