ଓଡିଶା

odisha

ଘୁମୁରା ମହୋତ୍ସବର ତୃତୀୟ ସନ୍ଧ୍ୟା, ଦର୍ଶକଙ୍କୁ ବାନ୍ଧି ରଖିଲା ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତ

By

Published : Jan 18, 2023, 7:45 AM IST

ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମସ୍ଥିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ଘୁମୁରା ମହୋତ୍ସବ । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହ ସାଂସ୍କୃତିକ ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଅଧିକ ପଢ଼ନ୍ତୁ

ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା
ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା

ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା

ଭବାନୀପାଟଣା: ତୃତୀୟ ଦିନରେ କଳାହାଣ୍ଡି ଉତ୍ସବ ଘୁମୁରା । ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତରେ ଝୁମିଲେ ଲକ୍ଷାଧିକ ଦର୍ଶକ । ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହ ସାଂସ୍କୃତିକ ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଜିଲ୍ଲାରୁ ପ୍ରବହମାନ ଏହି ସାଂସ୍କୃତିକ ଧାରାସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତୃତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚରେ ରେଣ୍ଡୋ ମାଝୀ ମଞ୍ଚ ଦୁଲୁକି ଉଠିଥିଲା ।

ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ ସ୍ଥିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ଘୁମୁରା ମହୋତ୍ସବ । ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ବରିଷ୍ଠ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଯୋଗଦେଇ କଳାହାଣ୍ଡି ସହିତ ନିଜର ଭାବଗତ ସଂପର୍କ ବଖାଣିଥିଲେ । କଳାହାଣ୍ଡିର ଲୋକ ସାଂସ୍କୃତିକ ସାମ୍ନାକୁ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଦୀର୍ଘ ୨୫ ବର୍ଷଧରୀ ଘୁମୁରା ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି ।

ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ,ଏସପି ପି ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି ପ୍ରମୁଖ ଯୋଗ ଦେଇଥିଲେ । ବୀର ବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା କଳାହାଣ୍ଡି,ଜେକେ ଡ୍ୟାନ୍ସ ସ୍କୁଲର ଡାଲଖାଇ ନୃତ୍ୟ, ଭବାନୀପାଟଣାର ନୃତ୍ୟଙ୍ଗନା ଅନୁଷ୍ଠାନର ବଜାଶାଲ ନୃତ୍ୟ, ସୋହାଗପୁର ମାଆ ଡୋକରି ଅନୁଷ୍ଠାନର ସମ୍ବଲପୁରୀ ରସବାଜା ଗୀତ,ଭୁବନେଶ୍ୱର ନଟରାଜ ଅନୁଷ୍ଠାନର ମୟୂରୀ ନୃତ୍ୟରେ ଦୁଲୁକିଲା ଉଠିଥିଲା ରେଣ୍ଡୋ ମାଝୀ ମଞ୍ଚ । ଆଉ ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭାରି ଉପଭୋଗ କରିଥିଲେ ଦର୍ଶକଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଅତିଥି । ପରେ ପରେ ଆରମ୍ଭ ହୋଇଥିଲା ମେଲୋଡି ନାଇଟ ।

ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତର ଝୁମି ଯାଇଥିଲେ ଦର୍ଶକ । ମଣ୍ଟୁଙ୍କ ଗୀତି ଶୁଣିବା ପାଇଁ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ହୋଇଥିଲା ଲୋକାରଣ୍ୟ । ଲକ୍ଷାଧିକ ଦର୍ଶକ ମଣ୍ଟୁଛୁରିଆଙ୍କ ଗୀତରେ ମତୁଆଲା ହୋଇଥିଲେ । ମଣ୍ଟୁଙ୍କ ମେଲୋଡି ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ହୋଇଥିବା ବେଳେ ଲୋକେ ବ୍ୟାରିକେଟ ଭାଙ୍ଗି ରେଣ୍ଡୋ ମାଝୀ ମାଞ୍ଚ ନିକଟକୁ ଧସେଇ ଆସିଥିଲେ । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଅଧାର ବନ୍ଦ ହୋଇଥିଲା ମଣ୍ଟୁ ଛୁରିଆଙ୍କ ମେଲୋଡି କାର୍ଯ୍ୟକ୍ରମ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details