ଓଡିଶା

odisha

ETV Bharat / state

ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ

କଳାହାଣ୍ଡି ଜିଲ୍ଲାରେ ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ । ବିଭିନ୍ନ ଧାନ ମଣ୍ଡିରେ ଚାଲିଛି ଚଢ଼ାଉ । ମଣ୍ଡିମାନଙ୍କରେ ଦଲାଲ ରାଜ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

By

Published : Feb 7, 2021, 6:07 PM IST

the-food-supply-department-raided-the-rice-smuggling-in-kalahandi
ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ । ବିଭିନ୍ନ ଧାନ ମଣ୍ଡିରେ ଚାଲିଛି ଚଢ଼ାଉ । ମଣ୍ଡିମାନଙ୍କରେ ଦଲାଲ ରାଜ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।

ଚଳିତ ସପ୍ତାହ ମଧ୍ୟରେ ଗୋଳାମୁଣ୍ଡା, ଜୟପାଟଣା, ପରେ ଆଜି(ରବିବାର) ଧର୍ମଗଡ଼ ବ୍ଲକର ବୋଡେନ ମଣ୍ଡିରେ ଚଢ଼ାଉ କରିଛି ଯୋଗାଣ ବିଭାଗ ।

ଆକ୍ସନ ମୋଡ଼ରେ ଯୋଗାଣ ବିଭାଗ

ବୋଡେନ ମଣ୍ଡିରୁ ପ୍ରାୟ ୨୬୦୦ ବସ୍ତା ଧାନକୁ ଜବତ କରିଛି ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ । ଏହି ମଣ୍ଡିରେ ଧାନ ବେପାରୀମାନେ ଚାଷୀମାନଙ୍କ ଠାରୁ କମ ଦରରେ ଧାନ କିଣି ନିରୀହ ଚାଷୀମାନଙ୍କୁ ଢାଲ କରି ଟୋକନ ସଂଗ୍ରହ କରି ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ଯୋଗାଣ ବିଭାଗ । ଏହି ପରିପ୍ରେକ୍ଷୀରେ ଆଜି ଏଠାରେ ଚଢ଼ାଉ କରାଯାଇଛି ।

ଏହି ସବୁ ଧାନକୁ ବର୍ତ୍ତମାନ ଜବତ କରାଯିବା ସହ ତଦନ୍ତ ଜାରି ରଖିଛି ଯୋଗାଣ ବିଭାଗ । ଏହି ଚଢ଼ାଉ ଫଳରେ ବର୍ତ୍ତମାନ ଅସାଧୁ ଧାନ ବେପାରୀମାନଙ୍କ ମଧ୍ୟରେ ଛନକା ପଶିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details