ଓଡିଶା

odisha

ETV Bharat / state

କାଳ ହେଲା ବିଦ୍ୟୁତ ତାର, ବିଲରେ ଗଲା ଚାଷୀ ଓ ବଳଦ ଜୀବନ

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଚାଷୀ କୈଳାଶ ଚନ୍ଦ୍ର ସାହୁ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

By

Published : Jul 28, 2020, 10:44 AM IST

Updated : Jul 28, 2020, 4:37 PM IST

ଭବାନୀପାଟଣା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସକାଳୁ ସକାଳୁ ହଳ ଲଙ୍ଗଳ ନେଇ ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଚାଷୀ କୈଳାଶ ଚନ୍ଦ୍ର ସାହୁ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେବା ସହ ଓ ଗୋଟେ ବଳଦର ବି ମୃତ୍ୟ ହୋଇଛି।

କାଳ ହେଲା ବିଦ୍ୟୁତ ତାର, ବିଲରେ ଗଲା ଚାଷୀ-ବଳଦ ଜୀବନ

ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ବିଦ୍ୟୁତ ବିଭାଗର ବେପରୁଆ ମନଭାଵ ଯୋଗୁଁ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ଲୋକେ ପ୍ରକାଶ କରିଛନ୍ତି। ଜଣେ ମୋବାଇଲ ବ୍ୟବସାୟୀ ନିଜ ଦୋକାନ ପାଇଁ ପ୍ରାୟ ୨୦୦ ସହ ମିଟର ଦୂରରେ ଥିବା ଏକ ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ନେଇଥିଲେ ଯାହା ଫଳରେ ତାରଟି ଓହଳି ହୋଇ ରହିଥିଲା।

କାଳ ହେଲା ବିଦ୍ୟୁତ ତାର, ବିଲରେ ଗଲା ଚାଷୀ-ବଳଦ ଜୀବନ

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 28, 2020, 4:37 PM IST

ABOUT THE AUTHOR

...view details