ଓଡିଶା

odisha

ETV Bharat / state

ପରିବେଷିତ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’ - ଭବାନୀପାଟଣା

ପରିବେଷଣ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’। ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡିଶାର ସମସ୍ତ ଜିଲ୍ଲାରେ ମଞ୍ଚସ୍ଥ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’। ଅଧିକ ପଢନ୍ତୁ...

ପରିବେଷଣ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’
ପରିବେଷଣ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’

By

Published : Mar 24, 2021, 10:28 AM IST

ଭବାନୀପାଟଣା: ପରିବେଷଣ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’। ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଓଡିଶାର ସମସ୍ତ ଜିଲ୍ଲାରେ ମଞ୍ଚସ୍ଥ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’। ଓଡିଶାର ସମସ୍ତ ଜିଲ୍ଲାରେ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ ନାଟକ ‘ଗାନ୍ଧୀଙ୍କ ଓଡିଶା’ ରାଜ୍ୟର ୩୦ ଟି ଜିଲ୍ଲାରେ ୩୦ଟି ନାଟ୍ୟ ସଂସ୍ଥା ଦ୍ବାରା ୩୦ ଜଣ ନିର୍ଦ୍ଦଶକଙ୍କ ନିର୍ଦେଶନାରେ ୯୦୦ ସହ କଳାକାରଙ୍କୁ ନେଇ ମଞ୍ଚସ୍ଥ ହୋଇଛି ନାଟକ ‘ଗାନ୍ଧୀଙ୍କ ଓଡିଶା’। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ନାଟକ ପରିବେଷଣ କରାଯାଇଛି ।

ପରିବେଷଣ ହେଲା ନାଟକ ‘ଗାନ୍ଧୀଙ୍କ ଓଡିଶା’

ନାଟକ ଜରିଆରେ ଦର୍ଶକ ଓ ଆଜିର ଯୁବପିଢି ଜାଣିବେ ଗାନ୍ଧୀଙ୍କ ଓଡିଶା ଗସ୍ତର ବିବରଣୀ । ସେହିଭଳି କଳାହାଣ୍ଡି କଳା ପରିଷଦ ଦ୍ବାରା ନାଟ୍ୟକ୍ଷେତ୍ର ଭବାନୀପାଟଣାଠାରେ ମଧ୍ୟ ପରିବେଷଣ ହୋଇଛି ନାଟକ ଗାନ୍ଧୀଙ୍କ ଓଡିଶା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ସହରର ଅନେକ ଶିକ୍ଷାବିତ ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details