ଓଡିଶା

odisha

ETV Bharat / state

ହୋମ ଆଇସୋଲେସନ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କଲା କଳାହାଣ୍ଡି ପ୍ରଶାସନ

ଭବାନୀପାଟଣା ସହର ନିକଟ କାମଠଣା ଠାରେ କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା କରିଛି ପ୍ରଶାସନ । ୨୫ ଜଣ ଅଭିଜ୍ଞ ଶିକ୍ଷକ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

By

Published : May 10, 2021, 10:09 PM IST

ହୋମ୍ ଆଇସୋଲେଶନ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ
ହୋମ୍ ଆଇସୋଲେଶନ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଭବାନୀପାଟଣା: ଜିଲ୍ଲାରେ ଦ୍ରୁତ ଗତିରେ କାୟାବିସ୍ତାର କରୁଛି ମହାମାରୀ କୋରୋନା । ପ୍ରତ୍ୟେକ ଦିନ ଜିଲ୍ଲାରେ ଶହ ଶହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଟି କୋଭିଡ୍ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି ।

ହୋମ୍ ଆଇସୋଲେଶନ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଭବାନୀପାଟଣା ସହର ନିକଟ କାମଠଣା ଠାରେ କୋଭିଡ୍ ହସ୍ପିଟାଲର ବ୍ୟବସ୍ଥା କରିଛି ପ୍ରଶାସନ । ସେପଟେ ଅନେକ ଆକ୍ରାନ୍ତ ବ୍ୟକ୍ତି ହୋମ ଆଇସାେଲେସନରେ ରହି ଚିକିତ୍ସା ମଧ୍ୟ ହେଉଛନ୍ତି । ସେପଟେ କେଉଁଭଳି ଭାବରେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ରୋଗୀ ସମସ୍ୟାର ସମ୍ମୁଖିନ ନ ହେବେ ସେନେଇ ଏକ କଲ୍ ସେଣ୍ଟର ବ୍ୟବସ୍ଥା କରିଛି ପ୍ରଶାସନ ।

୨୫ ଜଣ ଅଭିଜ୍ଞ ଶିକ୍ଷକ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଏହି ଶିକ୍ଷକ ମାନେ ପ୍ରତ୍ୟେକ ଦିନ ସମସ୍ତ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ତେବେ ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details