ଓଡିଶା

odisha

ETV Bharat / state

ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଶିକ୍ଷକ - kalahandi issues

ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅପହରଣ କରି ବନ୍ଧା ହେଲେ ରସିକିଆ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ । ସୁନ୍ଦରଗଡ଼ରୁ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଶିକ୍ଷକ
ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଶିକ୍ଷକ

By

Published : Apr 19, 2021, 10:10 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅପହରଣ ଘଟଣାରେ ଗିରଫ ହେଲେ ରସିକିଆ ଶିକ୍ଷକ । ସୁନ୍ଦରଗଡ଼ରୁ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ ।

ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଶିକ୍ଷକ

ସୂଚନା ଅନୁଯାୟୀ ମଦନପୁର ରାମପୁର ଥାନା ଅନ୍ତର୍ଗତ ବେଳଗାଁ ସ୍କୁଲର ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ ନିଜ ସ୍କୁଲର ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅପହରଣ କରିଥିବା ନେଇ ମାର୍ଚ୍ଚ ୧୩ ତାରିଖରେ ପିଡିତା ରାମପୁର ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ଘଟଣା ଦିନ ଠାରୁ ଅଭିଯୁକ୍ତ ଶିକ୍ଷକ ଫେରାର ରହିଥିବା ବେଳେ ଏହି ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ହେବା ପରେ କଳାହାଣ୍ଡି ଏସପିଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଅଭିଯୁକ୍ତ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜଙ୍କ ସମେତ ଦୁଇ ସହଯୋଗୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାରୁ ଗିରଫ କରି କଳାହାଣ୍ଡି ଆଣିଛି ପୋଲିସ। ସେପଟେ ଅଭିଯୁକ୍ତ ଶିକ୍ଷକର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details