ଓଡିଶା

odisha

ETV Bharat / state

ସ୍କୁଲରେ ଝୁଲୁଛି ତାଲା, ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଦୀର୍ଘଦିନରୁ ଖାଲି ଶିକ୍ଷକ ପଦବୀ ପୂରଣ ପାଇଁ କଳାହାଣ୍ଡିର ଧର୍ମଗଡ଼ ବ୍ଲକ ଅଧିନସ୍ଥ ଧଁଅରପୁର ଉନ୍ନତି ବିଦ୍ୟାଳୟରେ ଆନ୍ଦୋଳନ...

By

Published : Oct 28, 2019, 8:56 PM IST

ସ୍କୁଲରେ ଝୁଲୁଛି ତାଲା, ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଳହାଣ୍ଡି: ସ୍କୁଲରେ ତାଲା, ବାହାରେ ଚାଲିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ । କଳାହାଣ୍ଡିର ଧର୍ମଗଡ଼ ବ୍ଲକ ଅଧିନସ୍ଥ ଧଁଅରପୁର ଉନ୍ନତି ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ସ୍କୁଲରେ ଝୁଲୁଛି ତାଲା, ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଦୀର୍ଘଦିନରୁ ଖାଲି ଶିକ୍ଷକ ପଦବୀ ଖାଲି ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ସୋମବାର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇବା ସହିତ ଏହା ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 10ଟି ଶ୍ରେଣୀ ରହିଥିବା ବେଳେ ହାଇସ୍କୁଲରେ ଅନେକ ଶିକ୍ଷକ ପଦବୀ ଖାଲି ରହିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details