ଓଡିଶା

odisha

ETV Bharat / state

ଜଳଯୋଗାଣ ଦାବିରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ

40 ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରାରେ ପିଇବାକୁ ପାଣି ନପାଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

By

Published : Apr 28, 2022, 6:15 PM IST

ଜଳଯୋଗାଣ ଦାବିରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ
ଜଳଯୋଗାଣ ଦାବିରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ

ଭବାନୀପାଟଣା: ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବୋଝ ଉପରେ ନଳିତା ବିଡା ସାଜିଛି ଜଳକଷ୍ଟ । 40 ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରାରେ ପିଇବାକୁ ପାଣି ନପାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତ ବୋରଗୁଡା ବାସିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଜଳଯୋଗାଣ ଦାବିରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ

ପାଣି ପାଇଁ ଡହଳବିକଳ ହେଉଛନ୍ତି ଏଠାରେ ବସବାସ କରିଥିବା ୩୦୦ରୁ ଅଧିକ ପରିବାରର ୧୬୪୮ ଜଣ । ଗାଁର ଅନେକ ନଳକୂପ ଖରାପ ହୋଇଥିବାବେଳେ ଯେଉଁ ଗୋଟିଏ ନଳକୂପ କାମ କରୁଛି, ସେଠାରେ ଫ୍ଲୋରାଡ ଯୁକ୍ତ ପାଣି ବାହାରୁଛି । ସେପଟେ ପୋଖରୀଗୁଡିକ ମଧ୍ୟ ଶୁଖିଗଲାଣି, ଯାହାଦ୍ବାରା ପଶୁପକ୍ଷୀମାନେ ମଧ୍ୟ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ପାନୀୟ ଜଳଯୋଗାଣ ଜୁନାଗଡ଼ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ଓ ସିପିଆଇ ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details