ଓଡିଶା

odisha

ETV Bharat / state

ସୀତାରାମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ପଞ୍ଚାୟତର ସୀତାରାମ ପାଳି ଗାଁରେ କାୟା ବିସ୍ତାର କରୁଛି ମହାମାରୀ । ଗାଁରେ ୧୦ରୁ ଊର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସୀତାରାମ ପାଳି ଗାଁକୁ ସପ୍ତାହକ ସଟଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସୀତାରମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା
ସୀତାରମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା

By

Published : Jul 4, 2021, 7:59 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତଳମୁହାଁ କରୋନା ଏବେ ପୁଣି ଧୀରେ ଧୀରେ ମୁଣ୍ଡ ଟେକିବାରେ ଲାଗିଛି । ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ୧୪୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଦୁଇଗୋଟି କୋଭିଡ କେୟାର ସେଣ୍ଟର ଓ ୨ଟି କୋଭିଡ ହସ୍ପିଟାଲ ମାଧ୍ୟମରେ କୋଭିଡ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛି ଜିଲ୍ଲା ପ୍ରଶାସନ।

ସୀତାରମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା
ସୀତାରମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା

ତେବେ ବର୍ତ୍ତମାନ ଜିଲ୍ଲା ପାଇଁ ଚିନ୍ତା ପାଲଟିଛି ଗ୍ରାମାଞ୍ଚଳରେ କରୋନାର କାୟାବିସ୍ତାର । ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ପଞ୍ଚାୟତର ସୀତାରାମ ପାଳି ଗାଁରେ କାୟା ବିସ୍ତାର କରୁଛି ମହାମାରୀ । ଗାଁରେ ୧୦ରୁ ଊର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସୀତାରାମ ପାଳି ଗାଁକୁ ସପ୍ତାହକ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଘରୁ କେହି ବାହାରକୁ ନ ବାହାରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିବା ନେଇ ସରପଞ୍ଚ ଘୋଷଣା କରିଥିବାବେଳେ ଏହି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

ସୀତାରମପାଳି ଗାଁକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details