ଓଡିଶା

odisha

ETV Bharat / state

ଜଙ୍ଗଲ ବନୀକରଣ ଟଙ୍କାରେ ଘୋଟାଲା, ଲୋକାୟୁକ୍ତରେ ଅଭିଯୋଗ - ଜଙ୍ଗଲ ବନୀକରଣ

ବନୀକରଣ ଯୋଜନାରେ ଘୋଟାଲା ସହ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ କେଗାଁ ରେଞ୍ଜ ଅନ୍ତର୍ଗତ ଗୋଲାମୁଣ୍ଡା ସେକ୍ସନରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ଅଧିକ ପଢନ୍ତୁ...

ଜଙ୍ଗଲ ବନୀକରଣ ଟଙ୍କାରେ ଘୋଟାଲା, ଲୋକାୟୁକ୍ତରେ ଅଭିଯୋଗ
ଜଙ୍ଗଲ ବନୀକରଣ ଟଙ୍କାରେ ଘୋଟାଲା, ଲୋକାୟୁକ୍ତରେ ଅଭିଯୋଗ

By

Published : Oct 28, 2021, 3:35 PM IST

ଭବାନୀପାଟଣା:ଖାଇଗଲେ ଜଙ୍ଗଲ ଟଙ୍କା। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସେକ୍ସନ ବନୀକରଣକୁ ନେଇ ଲୋକାୟୁକ୍ତରେ ଅଭିଯୋଗ । ବନୀକରଣ ଯୋଜନାରେ ଘୋଟାଲା ସହ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ କେଗାଁ ରେଞ୍ଜ ଅନ୍ତର୍ଗତ ଗୋଲାମୁଣ୍ଡା ସେକ୍ସନରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା ।

ଜଙ୍ଗଲ ବନୀକରଣ ଟଙ୍କାରେ ଘୋଟାଲା, ଲୋକାୟୁକ୍ତରେ ଅଭିଯୋଗ

ଗୋଲାମୁଣ୍ଡା ସେକ୍ସନରେ ଜୁଲାଇ ୨୦୨୦-୨୧ ରୁ ସେପ୍ଟେମ୍ବର୍ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ହୋଇଥିବା ସିଏସଆର, କାମ୍ପା, ଆମ ଜଙ୍ଗଲ ଯୋଜନା ମନରେଗା ଯୋଜନାରେ ହୋଇଥିବା ବନୀକରଣ ମେଣ୍ଟେନାନ୍ସ ଚେକ୍ ଡ୍ୟାମ୍ ଭଳି ଅନେକ କାର୍ଯ୍ୟ ହାତକୁ ନିଆଯାଇଥିଲା । ଦେଢ କୋଟି ଟଙ୍କାର ଅନୁଦାନରେ ଅନିୟମିତତା ଓ ଘୋଟାଲା ହୋଇଥିବାବେଳେ ମନରେଗା ଯୋଜନାର ଶ୍ରମିକଙ୍କୁ ଅନ୍ୟ ଯୋଜନାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ କାର୍ଯ୍ୟରେ ନିୟୋଜିତ ହୋଇନଥିବା ଲୋକଙ୍କ ନାମରେ ଲକ୍ଷାଧିକ ଟଙ୍କା ଜମା କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ସୂଚନା ଆଇନ ଦ୍ବାରା ଆବେଦନ କଲେ ମଧ୍ୟ ବନ ବିଭାଗ ତଥ୍ୟ ପ୍ରଦାନ ନଥିଲା । ଫଳରେ ସୂଚନା ଅଧିକାରକର୍ମୀ ଭବାନୀ ଶଙ୍କର ମନହିରା ଶେଷରେ ମାନ୍ୟବର ଓଡିଶା ଲୋକାୟୁକ୍ତ ଠାରେ ଅଭିଯୋଗ କରିଛନ୍ତି । ଏସିଏଫ ତଥା ଜନ ସୂଚନା ଅଧିକାରୀ ଜିତେନ୍ଦ୍ର ସାହୁ, କେଗାଁ ରେଞ୍ଜ ଅଧିକାରୀ କେଶବ ମାଝୀ ଓ ଗୋଲାମୁଣ୍ଡା ଫରେଷ୍ଟର ସମେତ ତିନି ଜଣଙ୍କ ନାଁରେ ଲୋକାୟୁକ୍ତ ଠାରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details