ଓଡିଶା

odisha

By

Published : May 19, 2021, 10:41 PM IST

ETV Bharat / state

50 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, 4 ଗିରଫ

ବିପୁଳ ଗଞ୍ଜେଇ ଜବତ କଲା ସିମିଳିଗୁଡା ପୋଲିସ । ଘଟଣାରେ 4 ଗିରଫ । ଅଧିକ ପଢନ୍ତୁ...

50ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,4 ଗିରଫ
50ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,4 ଗିରଫ

କୋରାପୁଟ :ଆଜି ସେମିଳିଗୁଡା ଥାନା ଅନ୍ତର୍ଗତ ଖାରାଗୁଡା ଛକ ନିକଟରେ ସେମିଳିଗୁଡା ପୋଲିସ ଦ୍ୱାରା ଗୋଟିଏ ଟ୍ରକ ଓ ବୋଲେରୋକୁ ଯାଞ୍ଚ କରିବା ସମୟରେ ସେଥିରୁ 1080 କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏନେଇ ଥାନାଧିକାରୀ କ୍ଷୀରେଶ୍ବର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଅକଳନରୁ ଜଣାପଡିଛି । ଏହି ଗଞ୍ଜେଇକୁ 4 ଜଣ ବ୍ୟକ୍ତି ବିହାରକୁ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଥିବା ସୂଚନା ରହିଛି । ଗାଡି ଓ ଗଞ୍ଜେଇ ଜବତ କରାଯାଇଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ଜଣାଇଛନ୍ତି ।


କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details