କଳାହାଣ୍ଡି: ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିସରୀଙ୍କ ଗାଡିରୁ 2 ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ ଅଫିସର ଶୈଳେନ୍ଦ୍ର ମହାପାତ୍ର । ଜୟପାଟଣା ଛକରୁ ଜବତ ହେଲା ଟଙ୍କା ।
ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ - MLA
ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିସରୀଙ୍କ ଗାଡିରୁ 2 ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ ଅଫିସର ଶୈଳେନ୍ଦ୍ର ମହାପାତ୍ର ।
ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଆଉ ଗୋଟିଏ ଦିନ ବାକି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବେଆଇନ ଟଙ୍କା କାରବାରକୁ ରୋକିବାକୁ ତୀକ୍ଷ୍ମ ନଜର ରଖିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ଫ୍ଲାଇଂ ସ୍କୁଆଡ୍ ଅଧିକାରୀ ।
କଳାହାଣ୍ଡିରୁ ଅଜିତ ସିଂ ,ଇଟିଭି ଭାରତ