ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ ଡକାୟତି ଭଳି ଘଟଣା । ଘରେ କେହି ନଥିବା ସମୟରେ ଚୋର ପଶି ବୋହି ନେଲେ ନଗଦ ଟଙ୍କା ସହ ସୁନାଗହଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘରେ କେହି ନଥିବା ସମୟରେ କଳାକନା ବୁଲାଇଲେ ଚୋର
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଡକାୟତି । ଘରେ କେହି ନଥିବା ସମୟରେ ଲୁଟ । ଅଧିକ ପଢନ୍ତୁ...
ଘରେ କେହି ନଥିବା ସମୟରେ ଲୁଟ
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ପରାଦେଶ୍ବର ମଣ୍ଡିରେ ରହୁଥିବା ଅଶୋକ ପଣ୍ଡା ନିଜ ପରିବାର ସହ କୌଣସି କାମରେ ସହର ବାହାରକୁ ଯାଇଥିଲେ । ଏହି ସମୟରେ ଏହାର ସୁଯୋଗ ନେଇ କିଛି ଡକାୟତ ତାଙ୍କ ଘରେ ପଶି ନଗଦ ୧ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି । ଏନେଇ ଅଶୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ