ଓଡିଶା

odisha

By

Published : Mar 5, 2022, 11:16 AM IST

ETV Bharat / state

ଉପାନ୍ତ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର, ୧୦ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ୧୦ କିଲୋମିଟର ବୁହା ହେଲେ ରୋଗୀ । ଅଧିକ ପଢନ୍ତୁ ...

ଉପାନ୍ତ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର: ରାସ୍ତା ନଥିବାରୁ ୧୦ କିଲୋମିଟର ବୁହା ହେଲେ ରୋଗୀ
ଉପାନ୍ତ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର: ରାସ୍ତା ନଥିବାରୁ ୧୦ କିଲୋମିଟର ବୁହା ହେଲେ ରୋଗୀ

ଭବାନୀପାଟଣା: ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ମାଳମାଳ ଯୋଜନା ହେଉଛି ରାଜ୍ୟରେ । ହେଲେ କେଉଁଠି ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଘଟୁଛି ତ କେଉଁଠି ଆମ୍ବୁଲାନ୍ସଟିଏ ନ ପହଞ୍ଚିବାରୁ ଖଟିଆରେ ବୁହା ହେଉଛି ରୋଗୀ । ବିଶେଷକରି ଆଦିବାସୀ ଉପାନ୍ତ ଅଞ୍ଚଳରେ ବିକଳାଙ୍ଗ ହୋଇଛି ସ୍ବାସ୍ଥ୍ୟସେବା । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ୧୦ କିଲୋମିଟର ବୁହା ହେଲେ ରୋଗୀ ।

ଉପାନ୍ତ ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର: ରାସ୍ତା ନଥିବାରୁ ୧୦ କିଲୋମିଟର ବୁହା ହେଲେ ରୋଗୀ

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମନସ୍ତରା ଗ୍ରାମରେ । ଗ୍ରାମରେ ଜଣେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାସ୍ତା ଅଭାବରୁ ଗ୍ରାମକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଆଉ ସେଇଥିପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଶେଷରେ କୌଣସି ଉପାୟ ନ ପାଇ ପରିବାର ଓ ଗ୍ରାମବାସୀ ଶିଶୁଟିକୁ ଖଟିଆରେ ବୋହି ୧୦ କିଲୋମିଟର ସିନ୍ଧିବାହାଳି ଗାଁକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଭର୍ତ୍ତି କରିଥିଲେ ।

ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ରହିଛି । ତେବେ ଏ ସମସ୍ୟା ଆଜିର ନୁହଁ ବର୍ଷ ବର୍ଷ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁକୁ ରାସ୍ତା ନଥିବା ନେଇ ଅନେକ ଥର ଗ୍ରାମବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପାଇଛନ୍ତି କେବଳ ଫମ୍ପା ପ୍ରତିଶ୍ରୁତି । ଗୁହାରିକୁ କେହି କର୍ଣ୍ଣପାତ କରୁନଥିବାରୁ ଆଜିବି ପକ୍କା ରାସ୍ତା ଗାଁ ପାଇଁ ସ୍ବପ୍ନ ପାଲଟିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details