ଭବାନୀପାଟଣା :କଳହାଣ୍ତିରେ ଛାତ୍ରୀ ମୃତ୍ୟୁ ଘଟଣା । ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭବାନୀପାଟଣାରେ ଜାତୀୟ ରାଜପଥ ଅବରୋଧ । କଳାହାଣ୍ଡି ବହୁଜନ ଛାତ୍ର ସଂଗଠନ ପକ୍ଷରୁ ରାସ୍ତାରୋକ । ଫଳରେ ରାସ୍ତାର ଉଭୟ ପାଶ୍ବରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି ।
ସୂଚନା ଅନୁସାରେ, ଗତ ଚାରି ଦିନ ତଳେ କଳାହାଣ୍ଡି ଜିଲ୍ଲା ଘୋଟିଆ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ତେବେ ଝିଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ଗାଁର କିଛି ଲୋକ ଗାଁ ନିକଟରେ ଥିବା ଜଙ୍ଗଲରେ ନାବାଳିକାର ଝୁଲନ୍ତା ମୃତଦେହ ଦେଖି ଉଭୟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ।