ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଚାଳକ ମୃତ

ଉତ୍କେଲା ବଙ୍ଗଳା ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ।

ଭାରାସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ: ଚାଳକ ମୃତ
ଭାରାସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ: ଚାଳକ ମୃତ

By

Published : Jun 22, 2020, 10:45 AM IST

Updated : Jun 22, 2020, 12:11 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ବଙ୍ଗଳା ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଥୁଆପଦର ଗାଁର ଆଦିତ୍ୟ ମାଝୀ ବୋଲି ଜଣାପଡ଼ିଥିବାବେଳେ ଗୁରୁତର ବ୍ୟକ୍ତି ଜଣକ ଖଜୁରୀପଡା ଗାଁ ମନୋଜ ମାଝୀ ।

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ, ଚାଳକ ମୃତ

ସୂଚନାନୁଯାୟୀ ଦୁହେଁ ଭବାନୀପାଟଣାରୁ କେସିଙ୍ଗା ଯାଉଥିବାବେଳେ ଉତ୍କେଲା ବଙ୍ଗଳା ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା ବାଇକ । ସୂଚନାପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି 2ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେରେ ବାଇକ ଚାଳକ ଆଦିତ୍ୟ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ମନୋଜ ମାଝୀଙ୍କ ଚିକିତ୍ସା ଜାରି ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jun 22, 2020, 12:11 PM IST

ABOUT THE AUTHOR

...view details