ଓଡିଶା

odisha

By

Published : Jan 4, 2023, 1:41 PM IST

Updated : Jan 4, 2023, 1:50 PM IST

ETV Bharat / state

କାର ଧକ୍କାରେ ବାଇକ ଚାଳକ ମୃତ, ଘଟଣାସ୍ଥଳରେ ଉତ୍ତେଜନା

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଲୀ ପୁର ଛକରେ ଦୁର୍ଘଟଣା । ବାଇକକୁ ପଛରୁ ପିଟିଲା କାର । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

kalahandi road accident
kalahandi road accident

kalahandi road accident

ଭବାନୀପାଟଣା:କଳାହାଣ୍ଡିରେ ସଡକ ଦୁର୍ଘଟଣା । ଝିଅକୁ କଲେଜରେ ଛାଡି ଘରକୁ ଫେରୁଥିଲେ ବାପା । ଅଧାରାସ୍ତାରେ ବାଇକକୁ ପଛରୁ ପିଟିଲା କାର । ଘଟଣାସ୍ଥଳରେ ଚାଲିଗଲା ଜୀବନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଲୀ ପୁର ଛକରେ ଘଟିଥିଲା ଏହି ଦୁର୍ଘଟଣା । କ୍ଷତିପୂରଣ ଦାବିରେ ପରିବାର ଲୋକେ ରାଜରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଖବରଅନୁସାରେ, ମଙ୍ଗଳବାର ଦିନ ଜୁନାଗଡ଼ ସହରର ଲାଷ୍ମୀସାଗର ପଡାର ପ୍ରଦୀପ ନେଗି ନିଜ ଝିଅକୁ ଭବାନୀପାଟଣାର ଏକ କଲେଜରେ ଛାଡି ଜୁନାଗଡ଼ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଜାତୀୟ ରାଜପଥ ୨୬ ବନମାଳୀପୁର ଛକ ନିକଟରେ ଦ୍ରୁତଗତିରେ ସାମ୍ନାପଟୁ ଆସୁଥିବା ଏକ କାର ଧକ୍କା ତାଙ୍କୁ ଧକ୍କା ଦେଇଥିଲା। କାରର ବେଗ ଏତେ ଜୋର ଥିଲା ଯେ ପ୍ରଦୀପ ରାସ୍ତା କଡ଼କୁ ଛିଟିକି ହୋଇ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ କାରଟିକୁ କାବୁ କରିବାକୁ ଗୋଡ଼ାଇ ଭବାନୀପାଟଣା ସହରର ନକଟିଗୁଡା ଠାରେ କାବୁ କରିଥିଲେ । ଏହାସହ ଡ୍ରାଇଭରକୁ ମାଡ ମାରିବା ସହ କାରକୁ ଭଙ୍ଗାରୁଜା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ଅଶୋଭନୀୟ ଘଟଣା, ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯୁବକ

ଖବର ପାଇ ଘଟଣାସ୍ଥଳରେ ସ୍ଥାନରେ ଜୁନାଗଡ଼ ପୋଲିସ ପହଞ୍ଚି କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିଲେ । କ୍ଷତିପୂରଣ ଦାବିରେ ପରିବାର ଓ ସମ୍ପର୍କୀୟ ଜାତୀୟ ରାଜପଥ୨୬କୁ ବନମାଳୀପୁର ଠାରେ ଅବରୋଧ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 4, 2023, 1:50 PM IST

ABOUT THE AUTHOR

...view details