ଓଡିଶା

odisha

ଶ୍ରମିକ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

By

Published : Dec 30, 2020, 7:40 AM IST

କଳାହାଣ୍ଡି ଜିଲ୍ଲାରେ ଟାଟା ସୁମୋ ଓ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା । 9 ଜଣ ଶ୍ରମିକ ଗୁରୁତର, ମେଡିକାଲରେ ଭର୍ତ୍ତି। ଅଧିକ ପଢନ୍ତୁ...

ଶ୍ରମିକ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର
ଶ୍ରମିକ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ଭବାନୀପାଟଣା: ଜିଲ୍ଲାର କୋକସରା ବ୍ଲକ ରାଏନଗୁଡା ନିକଟ ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା । ଟାଟା ସୁମୋ ଓ ପିକ ଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 9 ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି।

ଶ୍ରମିକ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଶ୍ରମିକ ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି।

ତେବେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details