କଳାହାଣ୍ଡି: ଭବାନୀପାଟଣା ସହରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳିତ ହୋଇଛି । ରଥଯାତ୍ରା ପାଇଁ ଭୋରରୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ପବିତ୍ର ରଥଯାତ୍ରା: ଭକ୍ତିମୟ ପରିବେଶରେ ଭବାନୀପାଟଣା
କଳାହାଣ୍ଡିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଭବାନୀପାଟଣା ସହରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳିତ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଭବାନୀପାଟଣା ସହରର ମୁଖ୍ୟ ଜଗନ୍ନାଥ ମନ୍ଦିର ରେ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ ପ୍ରଭୁ ବଳଭଦ୍ରଙ୍କୁ ଛେରାପହଁରା କରିଥିବାବେଳେ ଜଗନ୍ନାଥଙ୍କୁ ଅର୍କକେଶରୀ ଦେଓ ଛେରାପହଁରା କରିଥିଲେ । ସେହିଭଳି ସୁଭଦ୍ରାଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଜ ହର୍ଷଦ ଛେରାପହଁରା କରିବାପରେ ଘଣ୍ଟ ବାଦ୍ୟ ସହ ତିନି ଠାକୁର ସୁସଜ୍ଜିତ ରଥକୁ ବିଜେ କରିଥିଲେ । ପରେ ଆରମ୍ଭ ହୋଇଥିଲା ରଥ ଟଣା ଶହଶହ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇ ଉଠିଥିଲା ଭବାନୀପାଟଣା ସହର । ଚାରିପଟେ ଭକ୍ତିମୟ ପରିବେଶ ହୋଇଉଠିଥିଲା ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ