ଓଡିଶା

odisha

କଳାହାଣ୍ଡିରେ ରଥଯାତ୍ରା ପ୍ରସ୍ତୁତି ବୈଠକ

By

Published : May 27, 2023, 1:23 PM IST

କଳାହାଣ୍ଡିରେ ରଥଯାତ୍ରାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

rath yatra in kalahandi
rath yatra in kalahandi

rath yatra in kalahandi

ଭବାନୀପାଟଣା: ପାଖେଇ ଆସୁଛି ରଥଯାତ୍ରା । ବଡଦାଣ୍ଡରେ ଗଡିବ କାଳିଆ ସାନ୍ତେଙ୍କ ରଥ । ଏନେଇ ପୁରୀରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏପଟେ କଳାହାଣ୍ଡିରେ ରଥଯାତ୍ରାର ଆୟୋଜନ କରାଯାଉଥିବାରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରଥଯାତ୍ରା ଆସନ୍ତା ଜୁନ ୨୦ ତାରିଖ ଓ ବାହୁଡା ଯାତ୍ରା ୨୮ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ସୁଚାରୁରୂପେ ପାଳନ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଉପସ୍ଥିତ ଥିଲେ।

ଚଳିତ ବର୍ଷ ରଥଯାତ୍ରା ଦିନ ମହାପ୍ରଭୁଙ୍କ ପହଣ୍ଡି ବିଜେ ଓ ଛେରାପହଁରା ଅପରାହ୍ନ ୪ଟା ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ । ପୋଲିସ ବିଭାଗ ତରଫରୁ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ, ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ, ମାଉସୀ ମାଆ ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୁତୟନ, ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକେଡ଼ିଂ ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଏଥିସହ ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର, ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା । ବାଲାଜୀ ମନ୍ଦିର ରଥଯାତ୍ରା ଓ ଭଜନ ସମ୍ବନ୍ଧୀୟ ବ୍ୟବସ୍ଥା,ମାଉସୀମା ମନ୍ଦିର ପରିସରରେ ଏକ କୋଠରୀ ନିର୍ମାଣ ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ଜିଲ୍ଲାପାଳ ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ସୁନାରାମ ହେମ୍ବ୍ରମ,ତହସିଲଦାର କଳାହାଣ୍ଡି ଉପେନ୍ଦ୍ର ଲୁହା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା, ପୌର ବିଭାଗ ଅଧିକାରୀ ଚିନ୍ମୟ ନାୟକ ସାମିଲ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ବିଦ୍ୟୁତ୍‌ ବିଭାଗ ଅଧିକାରୀ ରାଜେଶ ମିଶ୍ର, ସହକାରୀ ଜିଲ୍ଲାପାଳ ନ୍ୟାୟିକ ମଦନ ପଣ୍ଡା ଏବଂ ଧର୍ମଗଡ ସହକାରୀ ଜିଲ୍ଲାପାଳ ଗରିବ ଦୀପ, ମସଜିଦ କମିଟିର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details