ଓଡିଶା

odisha

By

Published : Oct 17, 2020, 2:47 PM IST

ETV Bharat / state

ହାଥରସ ଘଟଣାକୁ ନେଇ ଭୀମସେନାର ଶୋଭାଯାତ୍ରା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପୀଡିତା ପରିବାରଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି ନେଇ ଭୀମ ସେନା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

protest againest the hathras incident by bhimsena kalahandi
ହାଥରସ ଘଟଣାକୁ ନେଇ ଭୀମ ସେନା ପକ୍ଷରୁ ଶୋଭାଯାତ୍ରା

ଭବାନୀପାଟଣା: ଉତ୍ତର ପ୍ରଦେଶ ହାଥରସରେ ଘଟିଥିବା ବହୁଚର୍ଚ୍ଚିତ ଦଳିତ ଯୁବତୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ଏନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକଠାରେ ପୀଡିତା ପରିବାରଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି ନେଇ ଭୀମ ସେନା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଥିଲେ।

ହାଥରସ ଘଟଣାକୁ ନେଇ ଭୀମ ସେନା ପକ୍ଷରୁ ଶୋଭାଯାତ୍ରା

ତେବେ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details