ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ରବିବାର ମହାଲିଙ୍ଗ ଗସ୍ତ କରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ।
ଆଜି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି'ସୁଜା ସହ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗସ୍ତ କରି ମମିତାଙ୍କୁ ମାରି ପୋତି ଦିଆଯାଇଥିବା ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ, ଯାହା ଏହି ଘଟଣାରୁ ପ୍ରତିଫଳିତ ହେଉଛି ବୋଲି କହିଛନ୍ତି । ଯେଭଳି ଭାବରେ ଏହି ହତ୍ୟାକାଣ୍ଡ ଘଟିଛି ମାନବିକତାର ସମସ୍ତ ସୀମା ଲଂଘିଛି । ଏହା ଅନ୍ୟ ଘଟଣା ଭଳି ନୁହଁ ବୋଲି କହିଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ଏହି ଘଟଣା ଉପରେ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁର ସମ୍ପୃକ୍ତିକୁ ନିଜେ ଅଭିଯୁକ୍ତ ସ୍ବୀକାର କରିଛନ୍ତି ।