ଓଡିଶା

odisha

ETV Bharat / state

ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ମୃତ ଶିଶୁ ଜନ୍ମ ଦେଲେ ମହିଳା

ରାସ୍ତା ନିବାରୁ ସଠିକ ସମୟରେ ଆସିପାରିଲାନି ଆମ୍ବୁଲାନ୍ସ। ଗ୍ରାମରେ ପ୍ରସବ କଲେ ଗର୍ଭବତୀ। 6 କିମି ଷ୍ଟେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ। ଅଧିକ ପଢ଼ନ୍ତୁ

pregnant woman carried in cot due to no road in kalahandi
ଆସିଲାନି ଆମ୍ବୁଲାନ୍ସ, ମୃତଶିଶୁ ଜନ୍ମ କଲେ ମହିଳା

By

Published : Nov 18, 2022, 10:43 AM IST

ଭବାନୀପାଟଣା:ଦୂର ହେଉନି ଜନନୀ ଯନ୍ତ୍ରଣା । ପୁଣି ଥରେ ସରକାରଙ୍କ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଆମ୍ବୁଲାନ୍ସକୁ ଅପେକ୍ଷା କରି ମୃତଶିଶୁ ଜନ୍ମ କରି ଗୁରୁତର ହୋଇଛନ୍ତି ପ୍ରସୂତି । ମେଡିକାଲକୁ ଯିବା ପାଇଁ ଗାଁରୁ ୬ କିମି ଷ୍ଟ୍ରେଚରରେ ବୁହାହୋଇ ଆସିଲେ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଥୁଆମୁଳ ରାମପୁର ବ୍ଲକ ଦୁର୍ଗମ ଇଲାକା ଦାଣ୍ଡପଦର ଗାଁର ଏ ଦୃଶ୍ୟ ସ୍ବାସ୍ଥ୍ୟସେବାର ଅସଲି ଚିତ୍ରକୁ ପଦାରେ ପକାଇଛି ।

ଆସିଲାନି ଆମ୍ବୁଲାନ୍ସ

ସୂଚନା ଅନୁଯାୟୀ, ଦାଣ୍ଡପଦର ଗାଁର ମହିଳା ଜୀବନଦେଇ ମାଝିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ବହୁ ବିଳମ୍ବରେ ପହଞ୍ଚିଲା । ଏତିକି ବେଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜୀବନଦେଇ । ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଗାଁରେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ପ୍ରସବ ହେବା ପରେ ମହିଳା ଜଣକ ଗୁରୁତର ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡିରେ ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର

ଆମ୍ବୁଲାନ୍ସ ରାୟଗଡା ଜିଲ୍ଲା କାଶୀପୁର ଠାରୁ ପ୍ରାୟ ୩୫ କିମି ଯିବାବେଳେ ଗର୍ଭବତୀଙ୍କ ଗାଁ ଠାରୁ ୬ କିମି ଦୂରରେ ରାସ୍ତା ନଥିବାରୁ ଗାଡ଼ି ଆଗକୁ ଯାଇପାରିନଥିଲା । ପରିଶେଷରେ ପରିବାର ଲୋକେ ଏବଂ ଗ୍ରାମବାସୀ ଏକ ଷ୍ଟ୍ରେଚର ଯୋଗେ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଥିଲେ । ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମଧ୍ୟ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details