ଓଡିଶା

odisha

ETV Bharat / state

ଘରୋଇ ସ୍କୁଲରେ ମିଳୁନି ମୌଳିକ ସୁବିଧା, ବଢୁଛି ଫି', ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ - schools

ବିମଳା କନଭେଣ୍ଟ୍ ସ୍କୁଲରେ ମୌଳିକ ସୁବିଧା ନଥିବା ଓ ଫି' ବୃଦ୍ଧି ଅଭିଯୋଗ ନେଇ ନେଇ ଅଭିଭାବକଙ୍କ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

By

Published : Jun 21, 2019, 2:43 PM IST

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଇଂରାଜୀ ମିଡିୟମ 'ବିମଳା କନଭେଣ୍ଟ୍ ସ୍କୁଲ'ରେ ମୌଳିକ ସୁବିଧା ନଥିବା ଓ ଫି' ବୃଦ୍ଧି ଅଭିଯୋଗ ନେଇ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍କୁଲ ଆଗରେ ଅଭିଭାବକ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।


ଅଭିଭାବକଙ୍କ ଅଭିଯୋଗ ମୁତାବକ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନାହିଁ । ସେହିପରି ବିଦ୍ୟାଳୟ ପରିସରରେ ମୌଳିକ ବ୍ୟବସ୍ଥା ଓ ସୁବିଧା ନ ଥିବା ଅଭିଯୋଗ ହୋଇଛି । ଫ୍ୟାନ୍‌ ନାହିଁ କି ଆବଶ୍ୟକ ମୁତାବକ ଟଏଲେଟ୍‌ ବି ନାହିଁ । ପିଲାଏ ବସିବା ପାଇଁ ପର୍ଯ୍ୟାପ୍ତ ସିଟ୍‌ ବି ନାହିଁ । ଏସମସ୍ତ ଦିଗ ଉପରେ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ଏକ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ମୁତାବକ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସମସ୍ୟାକୁ ସମାଧାନ କରାଯିବା କଥା, ମାତ୍ର ଏଯାଏଁ ସବୁ ସେହିଭଳି ଅବ୍ୟବସ୍ଥିତ ଅବସ୍ଥାରେ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ଏହାସହ ସ୍କୁଲ ପରିଚାଳନା କମିଟି ଚଳିତ ବର୍ଷ ୨୨ ପ୍ରତିଶତ ସ୍କୁଲ ଫି ବୃଦ୍ଧି କରିଥିବା ବେଳେ ଅଭିଭାବକ ଏହାର ବିରୋଧ କରିଆସୁଛନ୍ତି । ବିରୋଧ ପରେ ଫି' କୁ ତିନି ପ୍ରତିଶତ କମାଇ ଦିଆଯାଇଛି । ହେଲେ କିଛି ଅଭିଭାବକ ପରିଚାଳନା କମିଟି ବର୍ଦ୍ଧିତ ଫି' ଓ ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା ଦାବି କରୁଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଅଧ୍ୟକ୍ଷ ଆଲୋଚନା ପାଇଁ ରାଜି ହେଉନାହାନ୍ତି । ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଭିଭାବକ । ଫଳରେ ସ୍କୁଲ ବନ୍ଦ ରହିଛି ।


କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details