ଭବାନୀପାଟଣା:ଜାନୁଆରୀ ମାସରେ କେରଳ ଠାରେ ହେବାକୁ ଯାଉଛି ଚତୁର୍ଥ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ-୨୦୨୩ । ଏହି ଉତ୍ସବ ଆସନ୍ତା ଜାନୁଆରୀ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ କେରଳର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ୭୮ଟି ଦେଶର ଖ୍ୟାତନାମା ଲେଖକ ତଥା କବି ସାମିଲ ହେବେ । କଳାହାଣ୍ଡି ଜିଲ୍ଲା କସରଗଡ଼ ଠାରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ ।
ଜାନୁଆରୀରେ ଚତୁର୍ଥ ପନୋରମା ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ - ଜାନୁଆରୀରେ ଚତୁର୍ଥ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ
ଜାନୁଆରୀ ମାସରେ କେରଳ ଠାରେ ହେବାକୁ ଯାଉଛି ଚତୁର୍ଥ ପନୋରମା ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ-୨୦୨୩ । ଏହି ଉତ୍ସବ ଆସନ୍ତା ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ କେରଳର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ
ଜାନୁଆରୀରେ ଚତୁର୍ଥ ପନୋରମା ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ
ଏନେଇ ଆୟୋଜକ କମିଟିର ସଭାପତି ଭବାନୀ ଶଙ୍କର ନିଆଲ ଭବାନୀପାଟଣା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କସରଗଡ଼ ଏହାର ସାଂସ୍କୃତିକ ବିବିଧତା ତଥା ଭାଷାର ବିବିଧତା ଐକ୍ୟ ପ୍ରତିଷ୍ଠା କରିବା ବିଶେଷ ଜଣାଶୁଣା । ଯାହାକି ପନୋରମା ଅନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ଆୟୋଜନ କରିବା ପାଇଁ ଆକର୍ଷିତ କରିଛି । ଦେଶର ବିଭିନ୍ନ ଅଞ୍ଚଳର ବିଭିନ୍ନ ଭାଷାଭାଷୀର କବି ତଥା ଲେଖକ ସାହିତ୍ୟର ଏହି ମହାକୁମ୍ଭରେ ଯୋଗଦେବେ ।
ଇଟିଭି ଭାରତ, କଳାହାଣ୍ଡି