ଓଡିଶା

odisha

ETV Bharat / state

ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଗଣତାନ୍ତ୍ରିକ ମୁଲ୍ୟବୋଧକୁ ଜଳାଞ୍ଜଳୀ ଦେଇ ଏକଛତ୍ରବାଦ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ସମିତି ସଭ୍ୟ । ସାଥୀରେ ଆଗତ କରିଛନ୍ତି ଅନାସ୍ଥା ପ୍ରସ୍ତାବ ।

By

Published : Sep 18, 2019, 5:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ନୀତି ନିୟମକୁ ବେଖାତିର କରି ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷ ଓ ଉପ-ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏମିତି ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଓ ଉପ-ଅଧ୍ୟକ୍ଷଙ୍କ ବିରୋଧରେ । ଉଭୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ବ୍ଲକର ସମସ୍ତ ପଞ୍ଚାୟତର ସମିତି ସଭ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details