ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ମଧ୍ୟ ସାମିଲ ହୋଇଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ । ଜିଲ୍ଲାରେ ବହୁ କୋରୋନା ରୋଗୀ ବର୍ତ୍ତମାନ ମଧ୍ୟ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।
ତେବେ ଏହିଭଳି ପରିସ୍ଥିତିରେ କୋରୋନା ରୋଗୀ କିଭଳି ଭାବରେ ଅକ୍ସିଜେନ ଅଭାବରୁ ଅସୁବିଧାରେ ନ ପଡନ୍ତି ସେ ଉପରେ ପ୍ରୟାସ ଆରମ୍ଭ କରିଛି ଧର୍ମଗଡ ମାରୱାଡ଼ି ଯୁବା ମଞ୍ଚ । ଯୁବା ମଞ୍ଚ ପକ୍ଷରୁ ବର୍ତ୍ତମାନ ଗୋଟିଏ ମିନି ଅକ୍ସିଜେନ ବ୍ୟାଙ୍କ ଖୋଲା ଯାଇଛି ।