ଭାବନୀପାଟଣା: କର୍ଲାପାଟରେ ପୁଣି ଆଉ ଏକ ଛୁଆ ହାତୀର ମୃତ୍ୟୁ । ଏହାକୁ ମିଶାଇ 20 ଦିନରେ ମୋଟ ହାତୀମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି । ଶନିବାର କେନ୍ଦ୍ରୀୟ ଟିମ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଘୁଷୁରୀଗୁଡି ଗାଁରେ ତଦନ୍ତ କରୁଥିବା ସମୟରେ ଏହି ହାତୀ ଶାବକର ମୃତଦେହ ଦେଖିବାକୁ ପାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ ।
କର୍ଲାପାଟରେ ପୁଣି ଏକ ହାତୀ ଶାବକର ମୃତ୍ୟୁ, ସଂଖ୍ୟା ୭କୁ ବୃଦ୍ଧି
ଶନିବାର କେନ୍ଦ୍ରୀୟ ଟିମ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଘୁଷୁରୀଗୁଡି ଗାଁରେ ତଦନ୍ତ କରୁଥିବା ସମୟରେ ଆଉ ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...
ତେବେ ଦିନ ତମାମ କେନ୍ଦ୍ରୀୟ ଟିମ୍ ସେମେଲପଦର, ତେନ୍ତୁଳିପଦର ଓ ଘୁଷୁରିଗୁଡି ଅଞ୍ଚଳରେ ତଦନ୍ତ କରିଥିଲେ । ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସହ କେନ୍ଦ୍ରୀୟ ଟିମର ବୈଠକ ହୋଇଯାଇଛି । ଗତ କିଛି ଦିନ ହେବ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଲାଗି ରହିଛି । ହାତୀ ମୃତ୍ୟୁର କାରଣ ହେମରେଜ ସେପ୍ଟିସେମିଆଁ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି । ଅନ୍ୟପଟେ ହାତୀ କିପରି ସଂକ୍ରମିତ ହେଲେ ସେ ନେଇ କେନ୍ଦ୍ରିୟ ଟିମ୍ ଅନୁଧ୍ୟାନ ଜାରି ରଖିଥିବା ବେଳେ ଏପରିସ୍ଥିତିରେ ପୁଣି ଏକ ହାତୀର ମୃତଦେହ ମିଳିବା ନିହାତି ଚିନ୍ତାର ବିଷୟ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ